ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ

0
123
ଜିଲ୍ଲା ସ୍ତରୀୟ ବିଶ୍ଵ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୯) : ନିଜ ଶରୀର ର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ହେଉଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ନିଜ ଚକ୍ଷୁକୁ ଭଲ ପାଆନ୍ତୁ ଏବଂ ତା’ର ଯତ୍ନ ନିଅନ୍ତୁ ବୋଲି ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳନୋତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଞ୍ଜନ ପତି ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।WhatsApp Image 2022 10 14 at 8.53.16 AM ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ

ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳନ ଅବସରରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ ସୁନେତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଶୁଳ୍କହୀନ ସେବା ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଦିବସ ପାଳନ ର ଇତିବୃତ୍ତ ସହ ଚକ୍ଷୁ ଯତ୍ନ ର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ବ୍ୟକ୍ତି ସ୍ତରକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ଵାରୋପ କରିଥିଲେ ।

ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସ୍ଵାସ୍ଥ୍ୟକର୍ମୀ ପ୍ରଶିକ୍ଷାର୍ଥୀ, ସ୍ଵାସ୍ଥ୍ୟ କର୍ମଚାରୀ ଏବଂ ସାମ୍ଵାଦିକମାନେ ଯୋଗ ଦେଇଥିଲେ ।