ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି ଦାବି

0
189
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୮/୧୦) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅପ୍ରେଲ ମାସରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି ତାଲିକା ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି କରିଥିଲେ ।

ଏହି ଚିଠିକୁ ଇତି ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ଏପରି ଅଭିଯୋଗ ଆଣି ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ଦାବିପତ୍ର ମଙ୍ଗଳବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ସଭାପତି ଦୀପକ କୁମାର ମହାନ୍ତି କହିଛନ୍ତି ଯେ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି କ୍ଷେତ୍ରରେ ବହୁ ଅବହେଳା ଦେଖାଦେଇଛି ।

ସମସ୍ତ ଯୋଗ୍ୟ ଶିକ୍ଷକଙ୍କ ଲେଭଲକୁ ତନଖି କରାଯାଇ ପରିବର୍ତ୍ତନ କରିବା ଓ ଏହାର ପ୍ରୋଭିଜିନାଲ ତାଲିକା ପ୍ରକାଶ ପାଇଁ ଏହି ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଅଭୟ କୁମାର ପୋଥାଳ, କର୍ମକର୍ତ୍ତା ନରେଶ କୁମାର ପାତ୍ର, ଅଶୋକ ପତି, ମନୋଜ କୁମାର ବାରିକ, ବିନୋଦ ବିହାରୀ ଦାସ, ସଦାଶିବ ସାହୁ, ଲକ୍ଷ୍ମୀଧର ରାଉତ ପ୍ରମୁଖ ସାମିଲ ହୋଇଥିଲେ ।