ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଏବଂ ପ୍ରତାରଣା : ଏମ୍ସ ଡାକ୍ତର ଗିରଫ

0
178
ଯୁବତୀଙ୍କୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୧୦) : ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ପୁଲିସ ଗିରଫ କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି । ସମ୍ପୃକ୍ତ ଡାକ୍ତରଙ୍କ ନାମରେ ଜଣେ ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଏବଂ ପ୍ରତାରଣା ନେଇ ଅଭିଯୋଗ ରହିଛି ।

ଡାକ୍ତର ଜଣେ ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଦୀର୍ଘ ୨ ବର୍ଷ ର ସମ୍ପର୍କ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ । ଏହାପରେ ଡାକ୍ତରବାବୁ କୌଶଳ କ୍ରମେ ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିଦେଇଥିଲେ । ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଏବେ ମହିଳା ପୁଲିସ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ।

ସୂଚନା ମୁତାବକ ଭୁବନେଶ୍ୱର ଏମ୍ସର କାର୍ଡିଓଲୋଜି ବିଭାଗ ର ଜଣେ ଡାକ୍ତର ସେହି ହସ୍ପିଟାଲକୁ ନିଜ ବାପାଙ୍କୁ ନେଇ ଚିକିତ୍ସା କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଭଲ ପାଇଯାଇଥିଲେ । ଜୟଦୀପ ଦାସଗୁପ୍ତା ନାମକ ଏହି ଡାକ୍ତର ଜଣଙ୍କ ସେହି ଯୁବତୀଙ୍କୁ ବିବାହ ର ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇ ବର୍ଷ କାଳ ଶାରିରୀକ ସମ୍ପର୍କ ରଖିଥିଲେ । ଏହାରି ମଧ୍ୟରେ ଯୁବତୀ ଗର୍ଭବତୀ ହୋଇଯାଇଥିଲେ । ହେଲେ ଡାକ୍ତରବାବୁ ଚତୁରତାର ସହିତ ଯୁବତୀଙ୍କ ଗର୍ଭପାତ କରିଦେଇଥିଲେ । ଏ ନେଇ ଯୁବତୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ପୁଲିସ ଆଜି ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପାଙ୍କର ଅପରେସନ ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରିଥିଲେ ।

ଏହି ସମୟରେ କାର୍ଡିଓଲୋଜି ବିଭାଗ ର ଥିବା ଡାକ୍ତର ଜୟଦୀପ ଦାସ ଗୁପ୍ତା ତାଙ୍କ ବାପାଙ୍କ ଚିକିତ୍ସା କରୁଥିଲେ । ଡାକ୍ତର ଜଣଙ୍କ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଥିଲେ । ହେଲେ ଯୁବତୀ ରାଜି ହୋଇ ନ ଥିଲେ । ଶେଷରେ ଡାକ୍ତର ଜୟଦୀପ ସର୍ତ୍ତ ରଖିଥିଲେ କି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଲେ ଯାଇ ସେ ତାଙ୍କ ବାପାଙ୍କୁ ମେଡିକାଲରୁ ଡିସଚାର୍ଜ କରିବେ ।