ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଅନୁଷ୍ଠିତ

0
176
ପଞ୍ଚାୟତ ସମିତି ସଭ୍ୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୧୦) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ବୌଦ୍ଧ ଜିଲ୍ଲା ର ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 19 at 6.37.33 PM ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥିଲା । ଲୋକ କଳା ବିକାଶ କେନ୍ଦ୍ର ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ତାଲିମ ପ୍ରକଳ୍ପ ଅଧିକାରୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ, ତାଲିମ ଦାତା ଭାବରେ ଶ୍ରୀଯୁକ୍ତ ସୂର୍ଯ୍ୟମଣୀ ପଣ୍ଡା, ସନ୍ତୋଷ କୁମାର ପ୍ରଧାନ ଏହି କର୍ମଶାଳାରେ ଯୋଗଦାନ କରିଥିଲେ । ତିନିଦିନ ଧରି ତାଲିମଦାତା ଭାବରେ ଏମାନେ ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କୁ ତାଲିମ ପ୍ରଦାନ କରିବେ ।

ପ୍ରତିଭାଗି ଭାବରେ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲା ର ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ । ତାଲିମ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା ମହୋଦୟା ତିନି ଦିନିଆ ତାଲିମରେ କ’ଣ କ’ଣ ଶିକ୍ଷଣୀୟ ବିଷୟବସ୍ତୁ ରହିଛି ସେ ବିଷୟରେ ଜଣାଇଥିଲେ । ଆପଣ ମାନଙ୍କର ସହଯୋଗ କାର୍ଯ୍ୟଶୈଳୀ ଆଦର୍ଶ ପଞ୍ଚାୟତ ଗଠନରେ ସହାୟକ ହେବ ତେଣୁ ଆପଣ ମାନେ ତିନିଦିନ ଧରି ଏହି କର୍ମଶାଳାରେ ଯୋଗୋଦାନ କରି ନିଜର ସୁଚିନ୍ତିତ ମତାମତ ରଖିବେ ବୋଲି ମତବ୍ୟକ୍ତ କରିଥିଲେ ।

ଶ୍ରୀଯୁକ୍ତ ସୀତାକାନ୍ତ ସାହୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟ ବିଷୟରେ ଆମେ ଜାଣିବା ନିହାତି ଆବଶ୍ୟକ । ଯେହେତୁ ଆପଣ ମାନେ ଏବେ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ତେଣୁ ଏହି ତିନିଦିନରେ କର୍ମଶାଳା ଆପଣଙ୍କ କାର୍ଯ୍ୟରେ ନିହାତି ଆସିବ ଏବଂ ଆପଣଙ୍କ ପଞ୍ଚାୟତ ର ଉନ୍ନତି ନିଶ୍ଚିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ପରେ ତାଲିମଦାତା ନିଜର କାଲାଂଶ ଆରମ୍ଭ କରିଥିଲେ । 5T ସରକାର ଓ ମୋ ସରକାର ଜରିଆରେ କିଭଳି ଏକ ସଶକ୍ତ ପଞ୍ଚାୟତିରାଜ ଗଠନ ହୋଇପାରିବ ଏବଂ ସେଥିରେ ଜଣେ ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଭାବେ ଆମର କ’ଣ ଭୂମିକା ରହିବ ସେ ବିଷୟରେ ଆଲୋଚନା କରିଥିଲେ ।

5T ଯୋଗୁଁ କିଭଳି ସମସ୍ତ ତଥ୍ୟ ର ସ୍ଵଚ୍ଛତା ମିଲିପାରୁଛି ସେ ବିଷୟରେ ବୁଝାଇଥିଲେ । ପଞ୍ଚାୟତ ସମିତି ର କାର୍ଯ୍ୟ, ସେଥିରେ ସମିତି ସଦସ୍ୟ ସଦସ୍ୟାଙ୍କର ଦାୟିତ୍ଵ, ଭୂମିକା, ଆଇନଗତ ବ୍ୟବସ୍ଥା ବିଷୟରେ ମଧ୍ୟ ବୁଝାଇଥିଲେ । ଅଧ୍ୟକ୍ଷ, ଉପାଧ୍ୟକ୍ଷ ଙ୍କ କ’ଣ କାର୍ଯ୍ୟ ରହିବ ଏବଂ ଆମେ ତାଙ୍କୁ କିଭଳି ସାହାଯ୍ୟ ସହଯୋଗ କରିବା ସେ ବିଷୟରେ ବୁଝାଇଥିଲେ ।

ସ୍ଥାୟୀ କମିଟି ର କାର୍ଯ୍ୟ କ’ଣ ? କମିଟି କେମିତି ଗଠନ ହୋଇଥାଏ ? ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ପଞ୍ଚାୟତ ସମିତିରେ ବୈଠକ କେମିତି ହୁଏ କେବେ ହେବା ଆବଶ୍ୟକ କିଏ ପ୍ରତିନିଧିତ୍ଵ କରିବେ ? କ’ଣ ଆଲୋଚ୍ୟ ବିଷୟ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ମତବ୍ୟକ୍ତ କରିଥିଲେ ।