ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ଓ ସମୀକ୍ଷା

0
204
ସାମାଜିକ ସୁରକ୍ଷା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୯/୧୦) : ଆଜି ତା -୧୯/୧୦/୨୦୨୨ ରିଖ ଜିଲ୍ଲା ପରିଷଦ ସଭାଗୃହ ରାୟଗଡ଼ାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ସାମାଜିକ ସୁରକ୍ଷା ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ତଥା ଆଇନ ବିଭାଗ ଶ୍ରୀ ଜଗନ୍ନାଥ ସାରକା, ମାନ୍ୟବର ବିଧାୟକ, ରାୟଗଡ଼ା ଶ୍ରୀ ମକରନ୍ଦ ମୁଦୁଲି ଓ ମାନ୍ୟବର ବିଧାୟକ, ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗୋ, ମାନ୍ୟବର ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ, ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ରଶ୍ମି ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ଼ା ଶ୍ରୀ ଭୀମସେନ ସବର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଲାଲମୋହନ ରାଉତରାୟ, ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଗମାଙ୍ଗୋ, ଉପଖଣ୍ଡ ସାମାଜିକସୁରକ୍ଷା ଅଧିକାରୀ, ରାୟଗଡ଼ା, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ ପୌର ପରିଷଦ, ରାୟଗଡ଼ା ଓ ଗୁଣୁପୁର, ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୁଡ଼ାରୀ, ସମସ୍ତ ଗୋଷ୍ଠୀ ସାମାଜିକସୁରକ୍ଷା ଅଧିକାରୀ, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ ।

ଉକ୍ତ ସଭାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ସଭାପତିତ୍ଵରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ବିଭାଗ ର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ କିଭଳି ସରକାନରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବ ସେ ବିଷୟରେ ତାଗିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ମାନେ ଯଥା ଶ୍ରୀମତୀ ଶିଳ୍ପିକା ମହାନ୍ତି, ଶ୍ରୀ ବସନ୍ତ କୁମାର ପୋଲାଇ, ଶ୍ରୀ ସୋମନାଥ ମହାରଣା ଓ ଶ୍ରୀ ଟି. ପ୍ରସାଦ ରାଓ, ଶ୍ରୀ ରାଜେଶ ରେଡ୍ଡୀ, ଡି. ପି .ଏ ସହଯୋଗ କରିଥିଲେ ।