୬୩ KV ଟ୍ରାନ୍ସଫର୍ମର ପୋଡିଯିବାରୁ ୬୦ ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି

0
309
୬୩ KV ଟ୍ରାନ୍ସଫର୍ମର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ୬୩ KV ଟ୍ରାନ୍ସଫର୍ମର ପୋଡିଯିବାରୁ ୬୦ ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି ।

ସୂଚନାମତେ ଚଳିତ ବର୍ଷ ଏହି ଖରିଫ ଋତୁରେ ଗ୍ରାମରେ ଥିବା ମାଁ ପୀତାବଳୀ ପାଣି ପଞ୍ଚାୟତ ୧ ର ଆନିକଟରେ ଥିବା ପ୍ରାୟ ୩୫ ଜଣ ଚାଷୀ ଙ୍କ ୬୦ ଏକର ଚାଷ ଜମିରେ ଲିପ୍ଟ ଦ୍ୱାରା ଧାନ ଚାଷ କରାଯାଇଛି ଏବଂ ଏହି ପାଣି ପଞ୍ଚାୟତ ର ବିଦ୍ୟୁତ ଖର୍ଚ୍ଚ ବି ଆଗୁଆ ପୈଠ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟବଶତଃ କୌଣସି ଏହି ଲିପ୍ଟରେ ଲାଗିଥିବା ୬୩ KV ଟ୍ରାନ୍ସଫର୍ମର ଟି ଆଜକୁ ୮ ଦିନ ହେଲା ପୋଡି ଯାଇଥିବାରୁ ଏବେ ଲିପ୍ଟ ପଏଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି । ପୁରୁଣା କଟକ ବିଦ୍ୟୁତ ବିଭାଗ କୁ ଅନୁରୋଧ କରିବା ପରେ ବିଭାଗୀୟ କର୍ମଚାରୀ ଆସି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଓ ନୂତନ ଟ୍ରାନ୍ସଫରମର ର ଆବଶ୍ୟକ ଥିବା ଚାଷୀଙ୍କୁ ଜଣାଇଥିଲେ ।

ଯଦି ଯଥା ଶୀଘ୍ର ୨/୩ ଦିନ ଭିତରେ ନୂତନ ଟ୍ରାନ୍ସଫର ଲଗାଇ ପାଣି ଚାଷ ଜମିରେ ମଡ଼ା ନ ଯାଏ ତେବେ ଚାଷୀଙ୍କ ୬୦ ଏକର ଧାନ ଚାଷ ନଷ୍ଟ ହେବା ସହିତ ଚାଷୀ ଋଣ ଭାରରେ ଭାଙ୍ଗି ପଡିବ କାରଣ ଏବେ ସବୁ ଧାନ ଗୁଡିକ ଗର୍ଭାବସ୍ଥାରେ । ଏଣୁ ବୌଦ୍ଧ ଜିଲ୍ଲାପାଳ ଓ ବୌଦ୍ଧ ବିଦ୍ୟୁତ ବିଭାଗ ଅଧିକାରୀ ଏହା ଉପରେ ସୁଦୃଷ୍ଟି ପକାଇ ସମସ୍ୟା ର ସମାଧାନ ଯଥାଶୀଘ୍ର କରିବା ପାଇଁ ଚାଷୀ କୁଳ ଙ୍କ ଅଭିଯୋଗ ।