ସେବା ପାଇଁ ଜଙ୍ଗଲ କୃଷି ଚାଷୀ, ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

0
108
ସେବା ପାଇଁ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ନର୍ସରୀ ଠାରେ ସେବା ପାଇଁ ଜଙ୍ଗଲ କୃଷି ଚାଷୀଙ୍କୁ ଅର୍ଥ ରାଶି ବନ ଏବଂ ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।WhatsApp Image 2022 10 20 at 8.44.19 PM ସେବା ପାଇଁ ଜଙ୍ଗଲ କୃଷି ଚାଷୀ, ବନ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

ଏହି ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଗଛ ଲଗାଇଥିବା ଚାଷୀ, ଅଧିକାରୀ ଓ କର୍ମଚାରୀଙ୍କୁ ସେବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ବନ୍ୟ ଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିବାରୁ ନିଜ ନିଜ ଦାୟିତ୍ୱବୋଧ ଉପରେ ସଚେତନ ହୋଇ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଓ ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ସଫଳ ଚାଷୀ ମାନଙ୍କୁ ପ୍ରାତ୍ସାହନ ଦିଆଯିବା ସହିତ ଚାଷୀ ସ୍ୱାବଲମ୍ବି ହେବା ପାଇଁ ବିଭିନ୍ନ ଚାରା ଯୋଗାଇ ଦିଆଯାଉଛି ବୋଲି ବକ୍ତବ୍ୟରେ କହିଥିଲେ । ସଭା ଆରମ୍ଭରେ ସହକାରୀ ବନସଂରକ୍ଷକ ବୌଦ୍ଧ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଜିଲ୍ଲାରେ ବନିକରଣ ପାଇଁ ବିଭିନ୍ନ ବିଭାଗରେ ଭଲ କାମ କରିଥିବା ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା, ଅଧିକାରୀ, କର୍ମଚାରୀ ସେମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ । କେନ୍ଦୁପତ୍ର ବିଭାଗ ର ଡିଏଫଓ ଅରବିନ୍ଦ ମହାନ୍ତୀ ଯୋଗଦେଇ ନିଜ ବକ୍ତବ୍ୟରେ ସମାଜିକ ବନିକରଣ ଉପରେ ଗୁରୁତ୍ୱ ଦେବା ସହିତ ଅଧିକ ସଂଖ୍ୟାରେ ଗଛ ଲଗାଇବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ବୌଦ୍ଧ, କଣ୍ଟାମାଳ ଓ ମନମୁଣ୍ଡା କ୍ଷେତ୍ରାଳୟରେ ଅର୍ନ୍ତଭୁକ୍ତ ହୋଇଥିବା ଜଙ୍ଗଲ କୃଷି ଚାଷୀମାନଙ୍କ ଏକ ପ୍ରାମାଣିକ ଚଳଚିତ୍ର କାର୍ଯ୍ୟକ୍ରମ ପାୱାର ପ, ମାଧ୍ୟରେ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ବନ ସୁରକ୍ଷା ର ସମିତି ର ସଭ୍ୟ ହରପ୍ରସାଦ ପଣ୍ଡା, ପାଣ୍ଡୁ ଭୋଈ, ସୌମ୍ୟରଞ୍ଜନ ପଟ୍ଟନାୟକ, କୃଷ୍ନଚନ୍ଦ୍ର ରଣା, ପିତାମ୍ବର ଭୋଇ, ପରକ୍ଷିତ ଭୋଇ, ନିହାର ରଞ୍ଜନ ବସ୍ତଆ, ପ୍ରମୋଦ ମଲିକ, ଶ୍ରୀକାନ୍ତ ବେହରାଙ୍କୁ ସମୁଦାୟ ୨ ଲକ୍ଷ ୯୫ ହଜାର ୩୨୦ ଟଙ୍କା ଅର୍ଥ ରାଶି ବଣ୍ଟନ କରାଯାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପିପିପି ମୋଡରେ ବକେୟା ଅର୍ଥ ରାଶି ସମୁଦାୟ ୨୦ ଲକ୍ଷ ୯୨ ହଜାର ୬୪ ଟଙ୍କା ପ୍ରଦାନ କରିବାର ଅଛି ।

ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ସ୍ୱାଧିନ କୁମାର ସାମଲ, ଗୋବର୍ଦ୍ଧନ ମେହେର ଓ ଫରେଷ୍ଟଗାଡ ରମାକାନ୍ତ ପାଣିଗ୍ରାହୀ, ବେବି ମିଶ୍ର, ରଞ୍ଜିତ କୁମାର ପ୍ରଧାନ ଓ ଜୁନିୟର କ୍ଳର୍କ ରାକେଶ କୁମାର ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ପ୍ରଦିପ କୁମାର ମହାକୁଲଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିବଦତ୍ତ ଅଗସ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।