ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ. ଙ୍କ ଦାୟିତ୍ୱ ଗ୍ରହଣ

0
309
ହରଭଙ୍ଗା ବ୍ଲକରେ ନୂତନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୦୯) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ. ରବୀନ୍ଦ୍ରନାଥ କହଁର କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଏହି ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ବି.ଡି.ଓ. ସ୍ମିତା ରଥ ଙ୍କୁ ଭୁବେନେଶ୍ୱର ବଦଳି ହୋଇଥିବା ଫଳରେ ୧୦ ଦିନ ପରେ ଆଜି ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ. ଭାବେ ଶ୍ରୀ ରବୀନ୍ଦ୍ରନାଥ କହଁର ଯୋଗ ଦେଇଛନ୍ତି । ବି.ଡି.ଓ ଶ୍ରୀ କହଁର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡା ବ୍ଲକ ରେ ବି.ଡି.ଓ. ଭାବେ କାର୍ଯ୍ୟ କରୁଥିଲେ । ଆଜି ଶ୍ରୀ ରବୀନ୍ଦ୍ରନାଥ କହଁର ବ୍ଲକ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ବ୍ଲକ ର କର୍ମଚାରୀ ମାନେ ନୂତନ ବି.ଡି.ଓ. ଶ୍ରୀ ରବୀନ୍ଦ୍ରନାଥ କହଁର ଙ୍କୁ ସ୍ୱାଗତ କରିଥିଲେ । କର୍ମଚାରୀ ଓ ଜନସାଧାରଣ ଙ୍କ ସହଯୋଗରେ ହରଭଙ୍ଗା ବ୍ଲକ ର ସମସ୍ତ ଉନ୍ନୟନ କାମ ଅଗ୍ରଗତି ହେବ ବୋଲି ସେ ମତପ୍ରକାଶ କରିଥିଲେ ।