ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ର ଲାଇସେନ୍ସ ରଦ୍ଦ !

0
152
ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୧୦) : ଗାନ୍ଧୀ ପରିବାର ସହ ଜଡିତ ଏକ ଅଣ ସରକାରୀ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ର ଲାଇସେନ୍ସ ରଦ୍ଦ କରିଛି ଗୃହ ମନ୍ତ୍ରାଳୟ ।

ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଙ୍ଗଠନ ଉପରେ ବିଦେଶୀ ପାଣ୍ଠିରେ ଅନିୟମିତା ଅଭିଯୋଗ ରହିଛି । ଗୃହ ମନ୍ତ୍ରାଳୟ ର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା । ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି । ଏ ନେଇ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ ର କାର୍ଯ୍ୟାଳୟକୁ ନୋଟିସ ପଠାଇ ଦିଆଯାଇଛି ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନ ର ଅଧ୍ୟକ୍ଷ । ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସଙ୍ଗଠନ ୧୯୯୧ ରେ ସ୍ଥାପନା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ ରେ ବିଜେପି ଏହି ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି । ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ । ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ ।

ରାଜୀବ ଗାନ୍ଧୀ ଫାଉଣ୍ଡେସନ ର ୨୦୦୫-୦୬ ରେ ଦାତାମାନାଙ୍କ ଏକ ତାଲିକା ରହିଛି । ଏଥିରେ ଚୀନ୍‌ ର ଦୂତାବାସ ତରଫରୁ ଦାନ କରାଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିବା ବିଜେପି ନେତା ଦାବି କରିଥିଲେ । ଚୀନ୍‌ରୁ ଏହି ଫାଉଣ୍ଡେସନ୍‌କୁ ୯୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଥିଲେ ।