ସଫଳ ହେଲା ବାହୁବଳୀ ମିଶନ : ଇସ୍ରୋ ଲଞ୍ଚ କଲା ୩୬ ଟି ସାଟେଲାଇଟ୍‌

0
167
ସଫଳ ହେଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୩/୧୦) : ଇସ୍ରୋ ରଚିଲା ଆଉ ଏକ ଇତିହାସ । ସଫଳ ହେଲା ବାହୁବଳୀ ମିଶନ୍ । ଇସ୍ରୋ ର ସବୁଠୁ ଓଜନିଆ ରକେଟ୍‌ରେ ସଫଳ ଉତକ୍ଷେପଣ ହେଲା ୩୬ ଟି ବ୍ରଡବ୍ୟାଣ୍ଡ ସାଟାଲାଇଟ୍ ।

ସଫଳ ହେଲା ବାହୁବଳୀ ମିଶନ । ଗତକାଲି ଇସ୍ରୋ ର ଶ୍ରୀ ହରିକୋଟା ଲଞ୍ଚ୍ ପ୍ୟାଡ୍‌ରୁ ୱାନ୍ ୱେବ୍ ପକ୍ଷରୁ ୩୬ ଟି ସାଟେଲାଇଟ୍‌କୁ ପୃଥିବୀର ବେଶ୍ ନିକଟତର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି । ତାହା ପୁଣି LVM3 ଅଥବା ମାର୍କ-୩ ରକେଟ୍ ସହାୟତାରେ । LVM3 ର ଓଜନ ହେଉଛି ୫ ହଜାର ୭୯୬ କିଲୋଗ୍ରାମ । ପ୍ରଥମ ଥର ପାଇଁ LVM3 ଦ୍ୱାରା କୌଣସି ଘରୋଇ ସଂସ୍ଥା ପାଇଁ ସାଟେଲାଇଟ୍ ଲଞ୍ଚ୍ କରିଛି ଇସ୍ରୋ । ଏହା ଦ୍ୱାରା କୌଣସି ବି ପ୍ରତିକୂଳ ପରିସ୍ଥିତିରେ ସାଟେଲାଇଟ୍ ଉତକ୍ଷେପଣ ଓ ସଫଳତାର ସହ କକ୍ଷ ପଥରେ ଅବତରଣ କରିବା କ୍ଷମତା ଇସ୍ରୋ ପାଖରେ ଥିବା ପ୍ରମାଣିତ ହୋଇଛି ।

ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ କହିଛନ୍ତି ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ ଯାହାକି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । LVM3 ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି । ଏହାର ପରୀକ୍ଷା ନିରୀକ୍ଷା ସରିଛି । ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ. ସୋମନାଥ କହିଛନ୍ତି ।