ବାଣ ଫୁଟା ବିବାଦରୁ ରକ୍ତାକ୍ତ ସଂଘର୍ଷ : ଟଳିଲା ଦୁର୍ଦ୍ଦାନ୍ତ ଅପରାଧି

0
221
ବାଣ ଫୁଟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୫/୧୦) : ବାଣ ଫୁଟା କୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କଲା । ଏହା ପରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଜୀବନ ଯାଇଛି ।

ଏପରି ଅଭାବନୀୟ ଘଟଣା ଗତକାଲି ଆଲୋକ ର ପର୍ବ ଦୀପାବଳି ଅବସରରେ ନୟାଗଡ଼ରେ ଘଟିଛି । ମୃତ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ହେଲେ ବିକାଶ ବେହେରା । ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧିନ ମଧ୍ୟଖଣ୍ଡ ଗାଁରେ । ଗତକାଲି ବିଳମ୍ବିତ ରାତିରେ ମଧ୍ୟଖଣ୍ଡ ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାଣ ଫୁଟା କୁ ନେଇ କଳହ ସୃଷ୍ଟି ହୋଇଥିଲା । ଏହି ୨ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ର ମୁଖ୍ୟ ଥିଲା ବିକାଶ । ତେବେ ଏହି ଗୋଷ୍ଠୀ କନ୍ଦଳରେ ବିକାଶକୁ ଅପର ପକ୍ଷ ଗୋଷ୍ଠୀ ର ଜଣେ ଯୁବକ ଛୁରୀରେ ଆକ୍ରମଣ କରିଥିଲେ ।

ରକ୍ତ ଜୁରୁବୁଡୁ ଅବସ୍ଥାରେ ବିକାଶକୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ବିକାଶ କୁ ମୃତ ଘୋଷଣା କରିଛନ୍ତି । ବିକାଶ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାର ର ବିଭିନ୍ନ ଥାନାରେ ୧୫ ରୁ ଅଧିକ ଅପରାଧିକ ମାମଲା ରହିଛି । ସେ ଜଣେ ପେସାଦାର ଅପରାଧୀ ଥିଲା । ଦଶପଲ୍ଲା ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି ।