ବାଲିଗୁଡ଼ାରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା

0
270
ବାଲିଗୁଡ଼ାରେ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡ଼ା, (୨୮/୧୦) : ରାଜ୍ୟ ବ୍ୟାପୀ ଅକ୍ଟୋବର ଦୁଇ ତାରିଖରୁ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଗୁରୁବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 27 at 7.24.13 PM 1 ବାଲିଗୁଡ଼ାରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା

ବାଲିଗୁଡ଼ାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟସ୍ଥ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ହଜାର ହଜାର ବିଜେଡ଼ି କର୍ମୀ ଓ ନେତା ଏକ ବିଶାଳ ପଦଯାତ୍ରାରେ ବାହାରି ସହର ର ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ସଭାଗୃହ ନିକଟରେ ପହଁଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ବାଲିଗୁଡ଼ା ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଏହି ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜିଲ୍ଲା ପ୍ରଭାରୀ ବିଜୟ ନାୟକ, ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ସଭାପତି ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷ ଶାନ୍ତିଲତା ନାୟକ, ନାରୀ ନେତ୍ରୀ ପୁନମ କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁ, କ. ନୂଆଗାଁ ବ୍ଲକ୍ ସଭାପତି ବାସୁଦେବ ପଣ୍ଡାଙ୍କ ସମେତ ବହୁ ନେତା ଓ ହଜାର ହଜାର ବିଜେଡ଼ି କର୍ମୀ ସାମିଲ୍ ହୋଇଥିଲେ ।WhatsApp Image 2022 10 27 at 7.24.12 PM ବାଲିଗୁଡ଼ାରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା

ରାଜ୍ୟ ସରକାରଙ୍କ ଓଡ଼ିଶା ବାସିଙ୍କ ପ୍ରତି ଭଲପାଇବା ଏବଂ ଜନସାଧାରଣଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା କିଭଳି ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସଙ୍ଗଠନକୁ ଆହୁରି ମଜଭୂତ କରିବାକୁ ହେବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନେତା । ଯେଉଁ ସମୟରେ ନିର୍ବାଚନ ହେଲେ ମଧ୍ୟ ଆମେ ଲଢ଼ିବାକୁ ପ୍ରସ୍ତୁତ ଅଛୁ । ସମସ୍ତେ ମିଳିମିଶି ଦଳକୁ ଆଗେଇ ନେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜବୁତ୍ କରିବା ବୋଲି କନ୍ଧମାଳ ପ୍ରଭାରୀ ବିଜୟ ନାୟକ କହିଛନ୍ତି ।