ଗଛରେ ବାଡେଇ ହୋଇ ବାଇକ ଆରୋହୀ ମୃତ

0
125
ଗଛରେ ବାଡେଇ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୭/୧୦) : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ଲୁକାପଡ଼ା ଛକ ଠାରେ ଗଛରେ ବାଡେଇ ହୋଇ ଜଣେ ବାଇକ ଆରୋହୀ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନାମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩) କରଞ୍ଜକଟା କୁ କୌଣସି କାମରେ ଆସି ନିଜ ଗ୍ରାମକୁ ଫେରିଥିବା ସମୟରେ ଗୁରୁବାର ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ । ଏଥିରେ ସାନୁଜ ଗୁରୁତର ହୋଇଥିଲେ । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠି ଡାକ୍ତର ସାନୁଜ କୁ ମୃତ ଘୋଷଣା କରିଥିଲେ । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି ।