ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ର ୨ୟ ସାଧାରଣ ବୈଠକ ଅନୁଷ୍ଠିତ

0
166
ଅବସର ପ୍ରାପ୍ତ ଶିକ୍ଷକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୮/୧୦) : ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଆଜି ଦ୍ୱିତୀୟ ସାଧାରଣ ବୈଠକ ଚାରିଛକ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରମେଶ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ର ଉକ୍ତ ବୈଠକରେ ଉପସଭାପତି ଜନ୍ମେଜୟ ପ୍ରଧାନ, ସମ୍ପାଦକ ବାଳକୃଷ୍ଣ ନାୟକ, ଯୁଗ୍ମ ସମ୍ପାଦକ ଶରତ ମାଝୀ, ସହ ସମ୍ପାଦକ ଦୁତିବାହନ କାମ୍ପ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, ଉପଦେଷ୍ଟା ଲବ କୁମାର ପ୍ରଧାନ ସଭାକାର୍ଯ୍ୟରେ ଭାଗ ନେଇଥିଲେ ଓ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା ରବୀନ୍ଦ୍ର ନାଥ କଁହର, ସମ୍ମାନିତ ଅତିଥି ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଓ ସମ୍ପାଦକ ଉପସ୍ଥିତ ସଦସ୍ୟ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।