୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୯ ବର୍ଷ ଜେଲ

0
173
୯ ବର୍ଷୀୟା

ରିପୋର୍ଟ : ସୁଶିଲ କୁମାର ପାଣିଗ୍ରାହୀ
କନ୍ଧମାଳ, ତା (୩୦/୧୦) : ଜଣେ ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୨୧ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।

ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋକ୍ସ୍ କୋର୍ଟ ର ସ୍ୱତନ୍ତ୍ର ପବ୍ଲିକ ପ୍ରସ୍କ୍ୟୁଟର ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ । ସୂଚନା ଅନୁସାରେ ତୃତୀୟ ଶ୍ରେଣୀ ପଢୁଥିବା ୯ ବର୍ଷୀୟା ନାବାଳିକାକୁ ଗତ ୨୨/୦୯/୨୦୧୮ ରିଖ ଦିନ ୨ଟା ବେଳେ ଏକ ପଡ଼ିଆକୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକା ର ପାଟିକୁ ଚାପି ଧରି ଅପହରଣ କରି ହାତକଟାଜମି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା । ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ତା’ଛାତିକୁ କାମୁଡିବା ସହିତ ବେକକୁ ଚିପି ଧରି ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ନାବାଳିକା ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମ ର ଲୋକମାନେ ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନ ପାଇବାରୁ ନାବାଳିକା ର ପିତା କୋଟଗଡ଼ ଥାନାରେ ଝିଅ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨.୦୯.୨୦୧୮ ରେ ପଞ୍ଜିକରଣ ସହ ଥାନାଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଜାରି କରା ଯାଇଛି ।

ନାବାଳିକା ର ପିତା ଓ ଗ୍ରାମବାସୀ ମାନେ ହାତକଟାଜମି ନିକଟସ୍ଥ ଭାଲିଆତୋଟାରେ ଯାଇ ଖୋଜିବାରୁ ନାବାଳିକା ର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ୍, ପୁଲିସ କୁକୁର ସହାୟତାରେ ଥାନାଧିକାରୀ ଅଭିଯୁକ୍ତକୁ ଗିରଫ ପରେ ଅଦାଲତରେ ହାଜର କରାଇଥିଲେ । ତା ୨୯/୧୦/୨୦୨୨ ରିଖରେ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।