ଦୁଇ ମଦ ମାଫିଆ ସହ ମଦବଝେଇ ଗାଡି ଜବତ

0
221
ଦୁଇ ମଦ ମାଫିଆ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୩/୧୧) : ଓଡ଼ିଶା ଆନ୍ଧ୍ର ସୀମାନ୍ତ ପାଡୁଆ ପୁଲିସ କୁ ବଡ଼ ସଫଳତା । ଆନ୍ଧ୍ର ରାଜ୍ୟ ରୁ ବିଦେଶୀ ମଦ ଚୋରା କାରବାର ପାଇଁ ଆସିଥିବା ଏକ ଦଳ କୁ ଗାଡି ସହ ଦୁଇ ମଦ ମାଫିଆ ଙ୍କୁଗିରଫ କରିଛି ।WhatsApp Image 2022 11 03 at 11.49.58 ଦୁଇ ମଦ ମାଫିଆ ସହ ମଦବଝେଇ ଗାଡି ଜବତ

ସୀମାନ୍ତ ର ସୁଯୋଗ ନେଇ ମାଫିଆ ସକ୍ରିୟ ହେଉଥିବା ବେଳେ ବୁଧବାର ରାତ୍ର ପାଡୁଆ ଆଇ ଏଇସି ସବ୍ୟସାଚୀ ଶତପତି ଙ୍କ ନେତୃତ୍ୱ ଏକ ପୁଲିସ ଦଳ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଦେଶୀ ଚୋରା ମଦ ଚାଲାଣ ବେଳେ ମାଡି ବସିଥିଲା । ଗାଡି ସହ ୧୦୦ ଲିଟର ରୁ ଉର୍ଦ୍ଧ୍ୱ ବିଦେଶୀ ମଦ ଜବତ କରିବା ସହ ଦୁଇ ମଦ ମାଫିଆ ଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିବା ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସ.ଡି. ପି.ଓ. ସଞ୍ଜୟ କୁମାର ମହାପାତ୍ର । ଅନ୍ୟପକ୍ଷରେ ସୀମାନ୍ତ ଆନ୍ଧ୍ର ରୁ ବେଧଡ଼କ ବିଦେଶୀ ମଦ ଓଡିଶା ରେ ବେଆଇନ ଚାଲାଣ ହେଉଥିବା ବେଳେ ପୋଲସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।