ସଇଁନ୍ତଲା ବ୍ଳକ ଠାରେ ଦୁଗ୍ଧ ଶିତଳୀକରଣ କେନ୍ଦ୍ର ଲୋକାର୍ପଣ

0
196
ସଇଁନ୍ତଲା ବ୍ଳକ ଠାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୩/୧୧) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ଵାରା ଅଞ୍ଚଳ ର ଚାଷୀ ମାନଙ୍କ ପାଇଁ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ କେନ୍ଦ୍ର ଲୋକାର୍ପଣ ହୋଇଯାଇଛି ।

ସଇଁନ୍ତଲା ବ୍ଳକ ଠାରେ ଦୁଗ୍ଧ ଶିତଳୀକରଣ କେନ୍ଦ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସରପଞ୍ଚ ଶ୍ରୀ ସୁବ୍ରତ ନାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଁଥିବା ବେଳେ ଅଞ୍ଚଳର ଶତାଧିକ ଦୁଗ୍ଧ ଚାଷୀମାନେ ମଧ୍ୟ ଉପସ୍ଥିତ ରହି ଚାଷୀ ମାନଙ୍କୁ ମାଗଣା ରେ ଗୋଟିଏ ଲେଖାଏଁ କ୍ଷୀର ଆଣିବା ପାଇଁ କେନ୍ ମଧ୍ୟ ଯୋଗାଇ ଦିଆ ଯାଇଥିଲା ତେବେ ସଇଁନ୍ତଲା ବ୍ଳକ ଠାରେଏହି ପ୍ରକଲ୍ପ ଦ୍ଵାରା ବହୁତ ଉପକୃତ ହେବେ ବୋଲି ବିଜୁ ଜନତା ଦଳ ସର୍ବଦା ଚାଷୀ ମାନଙ୍କର ଉନ୍ନତି ପାଇଁ ପ୍ରୟାସ କରୁଛି ।