।.R.B ବାଟାଲିୟନ କ୍ୟାମ୍ପ କୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

0
114
।.R.B ବାଟାଲିୟ

ରିପୋର୍ଟ : ନରତ୍ତମ ପାଢ଼ୀ
କନ୍ଧମାଳ/ଖଜୁରୀପଡ଼ା, (୦୪/୧୧) : ତା-୦୪/୧୧/୨୦୨- ଆଜି କନ୍ଧମାଳ ଜିଲ୍ଲା ସ୍ଥିତ ଖଜୁରୀପଡ଼ା ବଜାର ମୁଖ୍ୟ ରାସ୍ତା ଅବରୋଧ କରି ।.R.B ବାଟାଲିୟନ କ୍ୟାମ୍ପ କୁ ବିରୋଧ କଲେ ଅଞ୍ଚଳବାସୀ ।WhatsApp Image 2022 11 04 at 18.19.29 ।.R.B ବାଟାଲିୟନ କ୍ୟାମ୍ପ କୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

।.R.B ବାଟାଲିୟନ କ୍ୟାମ୍ପ କୁ ବିରୋଧ କରିବା ପାଇଁ ସ୍ଥାନୀୟ ୭ ଖଣ୍ଡ ମୌଜାର ଗ୍ରାମବାସୀ ମାନେ, ଖଜୁରୀପଡ଼ା, ଚାରିପଡ଼ା, ଦୁତିମେଣ୍ଡି, ଘୁଗୁଲାସାହି, ଡେହେଙ୍ଗି, ବଢ଼ାରାକାଡ଼ି ଏବଂ କରୁଣା ଗାଁ ଲୋକେ ଏକତ୍ରୀତ ହୋଇ ଭୁବନେଶ୍ୱର ରୁ ଫୁଲବାଣି ରାସ୍ତାକୁ ଆଜି ସକାଳ ୬.ଘଂଟିକା . ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ରାସ୍ତା ରୋକ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନରେ ମୁଖ୍ୟ ଭୂମିକା ହେଉଛି ଏହି ସାତଖଣ୍ଡ ମୌଜାର ଗ୍ରାମବାସୀ ଏହି ଜାଗା ବା ଭୂମି ଉପରେ ନିର୍ଭର କରିଥାନ୍ତି ।

ସେମାନେ ଏହି ଜଙ୍ଗଲରୁ ଋତୁ ଅନୁସାରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ଉପାନିର୍ଭହ କରନ୍ତି । ଯେମିତି ଶାଳପତ୍ର, ସିଆଳି ପତ୍ର, ମହୁଲ, ଗରା, ଅଂଳା, ହରିଡା, ବାହାଡ଼ା, କେନ୍ଦୁ, ଆମ୍ବ ଇତ୍ୟାଦି ଜିନିଷ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ଏବଂ ଏହା ବ୍ୟତିତ କୋଳଥ, ବିରି, ମାଣ୍ଡିଆ, ରାଶି, ଶୋରିଷ, କଳମୂଳ ଏସବୁ ଚାଷ ମଧ୍ୟ କରିଥାନ୍ତି। ତେଣୁ ସ୍ଥାନିୟ ଗ୍ରାମବାସୀ କହିଛନ୍ତି ଯଦି ଏହି ଉଦ୍ଦିଷ୍ଟ ଜମି ।.R.B ବାଟାଲିୟନ କୁ ହସ୍ତାନର କରାଯାଏ ତେବେ ଗ୍ରାମବାସୀ ମାନଙ୍କ ଚଳଣୀ ନିମନ୍ତେ କଷ୍ଟ ଦାୟକ ହେବ ବୋଲି କହିଛନ୍ତି ।WhatsApp Image 2022 11 04 at 18.19.27 ।.R.B ବାଟାଲିୟନ କ୍ୟାମ୍ପ କୁ ବିରୋଧ କରି ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

ଯଦି ସରକାର ।.R.B ବାଟାଲିୟନ ମାନଙ୍କୁ ଯାଗା ଦିଅନ୍ତି ତେବେ ଆଗାମୀ ଦିନରେ ୭ ଖଣ୍ଡ ଅଞ୍ଚଳବାସୀ ଆହୁରି ବଡ ଧରଣର ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନ ରେ ସଭାପତି ଲକ୍ଷଣ ଝାଙ୍କର, ଦୂତିମେଣ୍ଡି ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମଳିକ, ଖଜୁରୀପଡ଼ା ସରପଞ୍ଚ ମହେନ୍ଦ୍ର ଯାନୀ, ଦୂତିମେଣ୍ଡି ଯୁବକ ସଙ୍ଘ ସଦସ୍ୟ ଦେବରାଜ ମୁଖୀ, ଗୋଲକ ବିହାରି ମଳିକ, ସମୀର ପ୍ରସାଦ ଝାଙ୍କର,, ଆସ୍ତିକ ମଳିକ, ଏବଂ ମହିଳା ସଙ୍ଗଠନ ପ୍ରମିଳା ପୃଷ୍ଟି, ଚାରିପଡ଼ା ଯୁବକ ସଂଘ ସଭାପତି ସୁଶାନ୍ତ ବେହେରା ସମ୍ପାଦକ ବିନାୟକ ଯାନୀ, ରେବତୀ ମଲ୍ଲିକ ଏବଂ ଖଜୁରୀପଡ଼ା ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ଏବଂ ଖଜୁରୀପଡ଼ା ତହସିଲଦାର ସସ୍ମିତା ନାୟକ ଉପସ୍ଥିତ ରହି ଲୋକ ମାନଙ୍କୁ ବହୁ ବୁଝା ସୁଝା କରିଥିଲେ କିନ୍ତୁ ଆନ୍ଦେଳନକାରୀ ମାନେ ନିଜ ଜିଦ ରୁ ଓହରି ନ ଥିଲେ ।

୧୦.୩୦ ସମୟରେ ଖଜୁରୀପଡା ବ୍ଲକ ଅଦକ୍ଷା ସୁଶ୍ରୀ ଅନିମା କହଁର. ପୂର୍ବତନ ବିଧାୟକ ଶ୍ରୀ ଦେବେନ୍ଦ୍ର କହଁର ଆନ୍ଦୋଳନ ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝା ସୁଝା କରିବାରୁ ଆନ୍ଦୋଳନ ସମସ୍ତ ଲୋକ ଆନ୍ଦୋଳନ ରୁ ଓହୋରି ଥିଲେ ।