ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା !

0
130
ଜିନ୍ଦଲ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଣାଇ, (୦୭/୧୧) : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତାଙ୍କ ନାଁ ମୋତିରାମ ପାଲ । ସେ ଜିନ୍ଦଲ କମ୍ପାନୀରେ ଲଜିଷ୍ଟିକାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ମୋତିଲାଲ ବରସୁଆଁ ନିକଟରେ ଥିବା ଜିନ୍ଦଲଗେଷ୍ଟ ହାଉସରେ କିଛି ଦିନ ହେବ ରହୁଥିଲେ । ଜିନ୍ଦଲକମ୍ପାନୀ ର ଏକ ବ୍ରାଞ୍ଚ ଟେନସାରେ ରହିଛି । ସେ ଏହି ଗେଷ୍ଟ ହାଉସରେ ରହି ଅଫିସ ଯିବା ଆସିବା କରୁଥିଲେ । ଆଜି ସକାଳେ ତାଙ୍କ ମୃତଦେଦ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଗେଷ୍ଟ ହାଉସର ୱେଟର ଦେଖିଥିଲା । ଏନେଇ ପୁଲିସକୁ ଜଣାଇଥିଲା । ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ମୋତିଲାଲଙ୍କ ମୃତଦେହହ ପଡ଼ିଥିବା ରୁମ୍‌ର ଚାରିଆଡ଼େ ରକ୍ତ ପଡ଼ିଛି । ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛି ।