ମନମୁଣ୍ଡା ଗ୍ରାମପଞ୍ଚାୟତ ପାନୀୟ ଜଳ ଦୁର୍ନୀତି

0
184
ମନମୁଣ୍ଡା ଗ୍ରାମପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୦୭/୧୧) : ମନମୁଣ୍ଡା ଗ୍ରାମପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା କୁ ନେଇ ଶତାଧିକ ମହିଳା ଏବେ ଅଣ୍ଟାଭିଡି ଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ଗାଁ କୁ କାମ ନାରୀ କୁ ସମ୍ନାନ କଥା ପଦାରେ ପଡି ହାଟରେ ଗଡୁଛି ।

ଘଟଣା ଅନୁଯାଇ ଆଜି ସକାଳୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମପଞ୍ଚାୟତ ରେ ଶତାଧିକ ମହିଳା ଏକତ୍ରିତ ହୋଇ ସରପଞ୍ଚ ଓ ତାଙ୍କ ସହଯୋଗୀ ଙ୍କୁ ତାଲା ପକାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ସରପଞ୍ଚଙ୍କୁ ଆଜକୁ ୬ ମାସ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ ।

ତେଣୁ ଆଜି ଅନେକ ମହିଳା ଏକତ୍ରିତ ହୋଇ ପଞ୍ଚାୟତ ଅଫିସ୍ ରେ ତାଲା ପକାଇଥିବା ବେଳେ ମନମୁଣ୍ଡା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ସହ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ମହିଳା ମାନେ ତାଲା ଖୋଲିଥିଲେ ଓ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ।