ଚୁମନକୁ ଭେଟି ସହାୟତା ର ହାତ ବଢାଇଲେ ବଲାଙ୍ଗୀର ବିଧାୟକ

0
144
ଚୁମନକୁ ଭେଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ବ୍ୟୁରୋ //
ବଲାଙ୍ଗୀର, (୧୯/୧୧) : ଚର୍ଚ୍ଚାରେ ଥିଲେ ବଲାଙ୍ଗୀର ର ପେପର ବଏ ଚୁମନ ରାଓ । ଚୁମନକୁ ଭେଟି ସହାୟତାର ହାତ ବଢାଇଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

ଆଜି ସେ ଚୁମନକୁ ଭେଟି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ଚୁମନ ରାଓ ଙ୍କ ଅର୍ଦ୍ଧନିର୍ମିତ ଘରକୁ ସମ୍ପୂର୍ଣ୍ଣ କରିବା ଓ ପାଠ ପଢ଼ା ପାଇଁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ପୂର୍ବରୁ ଚୁମନକୁ ଭେଟିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତା’ ସହିତ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଚୁମନଙ୍କ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ପଡି କାର୍ଡ ପ୍ରଦାନ କରିଥିଲେ । ଏହାଛଡ଼ା ଏକ ଜଣାଶୁଣା କୋଚିଂ ସେଣ୍ଟରରେ ଚୁମନକୁ ମାଗଣାରେ କୋଚିଂ ଦେବାକୁ ବ୍ୟବସ୍ଥା କରିଛନ୍ତି ।

ବଲାଙ୍ଗୀର କନ୍ଧପାଲି ପଡାର ଚୁମନ ରାଓଙ୍କ ବାପା ସିଭିଲ ରାଓ ଦୁଇ ବର୍ଷ ତଳେ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତା’ପରେ ଚୁମନଙ୍କ ମାଆ ଟିବି ରୋଗରେ ଆକ୍ରନ୍ତ ହେଲେ । ଯେଉଁଥିପାଇଁ ପରିବାର ଚଳାଇବା କଷ୍ଟକର ହେଲା । ତେଣୁ ଛୋଟ ଭାଇ ଓ ମାଆଙ୍କ ଦାୟିତ୍ୱ ପଡିଥିଲା ଚୁମନଙ୍କ ମୁଣ୍ଡରେ ଉପରେ । ୧୩ ବର୍ଷର ଚୁମନ ପରିବାର ଚଳାଇବା ପାଇଁ ସକାଳୁ ସକାଳୁ ପେପର ବାଣ୍ଟିଲେ । ପେପର ବାଣ୍ଟା ସରିବା ପରେ ଘରକୁ ଆସି ଖାଇଦେଇ ସ୍କୁଲ ଯାଉଥିଲା ଚୁମନ୍‌ । ଏହି ଖବର ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା ।