ଅପରେସନ ଗ୍ରୀନ୍‌କ୍ଲିନ୍‌ ଆରମ୍ଭ

0
129
ଅପରେସନ ଗ୍ରୀନ୍‌କ୍ଲିନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲମତାପୁଟ, (୨୦/୧୧) : କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍‌କ୍ଲିନ୍‌ । ଶନିବାର ପ୍ରଥମ ଦିନରେ ପାଡ଼ୁଆ ଥାନା ଅନ୍ତର୍ଗତ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ୨୨ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି ।

ଅପରେସନ ଗ୍ରୀନ୍‌କ୍ଲିନ୍‌ ଆରମ୍ଭ । ମୋଟ ୨୬୪୦୦ ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପାଡୁଆ ପୁଲିସ, ଏପିଆର ଓ ଡିଭିଏଫ ବାହିନୀ ମିଳିତ ଭାବେ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ । ନନ୍ଦପୁର ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଓ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଏହି ଅପରେସନ ପୂର୍ବରୁ ଆମେ ସର୍ଭେ କରିଥିଲୁ । ଡ୍ରୋନ୍ ଓ ସାଟେଲାଇଟ୍ ସର୍ଭେ କରାଯାଇଥିଲା । ସର୍ଭେ ବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ କରାଯାଇଛି । ସେହି ଅନୁସାରେ ସେଠାରେ ଶନିବାର ଅପରେସନ୍ ଗ୍ରୀନ୍‌କ୍ଲିନ୍ କରାଯାଇଥିଲା । ଅନ୍ୟ ଅଞ୍ଚଳ ଗୁଡ଼ିକରେ ସର୍ଭେ ଚାଲିଛି । ଆମର ଅପରେସନ୍ ଆଗକୁ ବି ଚାଲିବ ।