ଓ.ଜେ.ୟୁ. ବୌଦ୍ଧ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର

0
150
ଓ.ଜେ.ୟୁ.

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୧୧) : ଓଡ଼ିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ), ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।WhatsApp Image 2022 11 25 at 16.57.11 1 ଓ.ଜେ.ୟୁ. ବୌଦ୍ଧ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର

ଓ.ଜେ.ୟୁ. ବୌଦ୍ଧ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କୁ ଦଶ ଦଫା ଦାବିପତ୍ର । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଦାବିପତ୍ର ଗ୍ରହଣ କରିଥିଲେ । ଦାବି ମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ମୁତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଦାବୀ କରାଯାଇଛି । ସାମ୍ବାଦିକ ମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି) ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତିରେ ସାମିଲ କରାଯାଉ ।

ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା, ସରକାରୀ ବିଜ୍ଞାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର କରାଯାଉ । ସାମ୍ବାଦିକ କମିଟି ଗଠନ କରାଯାଉ । ଓ.ଜେ.ୟୁ. ଦାବିପତ୍ର ଦେବା ସମୟରେ କମିଟି ଉପଦେଷ୍ଟା ଯୁଗଳ କିଶୋର ସାମଲ, ଜିଲ୍ଲା ସଭାପତି ପୂର୍ଣ୍ଣ ଚରଣ ସାହୁ, ସମ୍ପାଦକ ଭାଗବତ ମେହେର, ସୁଧାଂଶୁ ମିଶ୍ର, ଜୟ କୁମାର ମହାରଣା, ଦିବ୍ୟରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ଦେବାଶିଷ ମଲ୍ଲିକ, ସୁଦର୍ଶନ ବଘାର, ସୁଶାନ୍ତ କୁମାର ବେହେରା, ରଞ୍ଜନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।