ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା, ଜମୁଛି କଂସ ଦରବାର

0
404
ଫୁଲମୁଠୀ ଗୋକୁଳାଷ୍ଟମୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୧୨) : ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଲମୁଠୀ ଗୋକୁଳାଷ୍ଟମୀ ଯାତ୍ରା ପଡିଆ ଠାରେ ଅନୁଷ୍ଠିତ ।

ବ୍ରଜ ବିହାରୀ ନାଟ୍ୟ ପରିଷଦ ଆନୁକୂଲ୍ୟରେ ଚାଲିଥିବା ଫୁଲମୁଠୀ ଗୋକୁଳାଷ୍ଟମୀ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ଆଜି ଭଗବାନ କୃଷ୍ଣ ବଳରାମ ଗୋପାଳପୁଅ ଙ୍କ ସହ ବୃନ୍ଦାବନ ରେ ଗୋଚରଣ କଳାବେଳେ କଂସ ପ୍ରେରିଥିବା ବଚ୍ଛାସୁର କୃଷ୍ଣ ଙ୍କ ନିକଟରେ ପହଞ୍ଚି କୃଷ୍ଣ ଙ୍କୁ ମାରିବାକୁ ଉଦ୍ୟମ ବେଳେ କୃଷ୍ଣ ଜାଣିପାରି ବଚ୍ଛାସୁର କୁ ନିଧନ କରିଥିଲେ । ମଥୁରା ରାଜ ଦରବାର ରେ ବଚ୍ଛାସୁର ନିଧନ ଖବର ଶୁଣି କଂସ ମର୍ମାହତ ହୋଇଥିଲେ । ଦରବାର କୁ ଦେବର୍ଷି ନାରଦ ପହଞ୍ଚି ଗୋପପୁର କୁ ବକାସୁର କୁ ପ୍ରେରଣ କରିବାକୁ କଂସ ଙ୍କୁ ପରାମର୍ଶ ଦେଇଥିବା ନାଟକ ମଞ୍ଚସ୍ଥ ହୋଇଛି ।

ଆଜି କଂସ ଙ୍କ ନିମନ୍ତ୍ରଣ କ୍ରମେ ଦରବାର କୁ ଅତିଥି ଭାବେ ବିନିକା ବ୍ଲକ ବିଜେଡି ସଭାପତି ଦ୍ୱାରିକାନାଥ ସାହୁ, ନଗର ସଭାପତି ସୋମନାଥ ମିଶ୍ର,ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା,ଚାଷୀନେତା ଭିମସେନ ସାହୁ, ବାଙ୍କିଘିର୍ଡି ସରପଞ୍ଚ ମାନସ ବେହେରା ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଅତିଥି ମାନଙ୍କ ମନରଞ୍ଜନ ପାଇଁ କଂସ ଙ୍କ ନିର୍ଦ୍ଧେଶ କ୍ରମେ ରାଜ ନର୍ତ୍ତକି ମାନେ ନୃତ୍ୟ ପରିବେଷଣ କରିଥିଲେ ।