ବିନିକା ଡିଗ୍ରୀ ମହିଳା ମହା ବିଦ୍ୟାଳୟ ଶିଶୁ ଦିବସ ପାଳିତ

0
458
ବିନିକା ଡିଗ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶିଶୁ ଦିବସ ସହିତ ୨୦୨୨ – ୨୩ ଶିକ୍ଷାବର୍ଷ ନୂତନ ଭାବେ ନାମ ଲେଖାଇଥିବା ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 14 at 21.25.41 ବିନିକା ଡିଗ୍ରୀ ମହିଳା ମହା ବିଦ୍ୟାଳୟ ଶିଶୁ ଦିବସ ପାଳିତ

ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର ରାଜ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବରେ ସଙ୍ଗଠନ ସମ୍ପାଦକ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ର ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି, ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟି ହିମାଂଶୁ ଶେଖର ତ୍ରିପାଠୀ, ବିକାଶ ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାଢ଼ୀ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୀନକେତନ ପଧାନ, ଅଧ୍ୟାପିକା ମନୀଷା ଭୋଇ, ଅର୍ପିତା ପଧାନ , ଭୂମିସୂତା ପ୍ରଧାନ, ଅଧ୍ୟାପକ ପଦ୍ମଲୋଚନ ସା, ବ୍ରଜରାଜ ଥନା ପତି, କବିତା ଖେତି ଓ ସମସ୍ତ ଛାତ୍ରୀ ସଭାରେ ଉପସ୍ଥିତ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିଥି ମାନେ ଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗ ବିଷୟରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଯୁକ୍ତ ୩ ଦ୍ଵିତୀୟ ବର୍ଷ ର ଛାତ୍ରୀ ସୁଶ୍ରୀ ଆରତୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ମନୀଷା ଭୋଈ ଧନ୍ୟବାଦ୍ ଅର୍ପଣ କରିଥିଲେ ।