ଗଛରେ ପିଟି ହେଲା କାର୍‌ : ୩ ମୃତ, ୨ ଗୁରୁତର

0
122
ଗଛରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଉମରକୋଟ, (୦୩/୧୨) : ବୁଲାଣି ବୁଲିବା ସମୟରେ ଗଛରେ ପିଟି ହୋଇଗଲା ଦ୍ରୁତ ଗତିରେ ଯାଉଥିବା କାର୍‌ । ଫଳରେ କାର୍‌ରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଗଛରେ ପିଟି ହେଲା କାର୍‌ : ୩ ମୃତ, ୨ ଗୁରୁତର । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଘଟିଛି । ମୃତକ ୩ ଜଣ ହେଲେ ନବରଙ୍ଗପୁର ସହର ସ୍ଥିତ ଗାଦୁଆଗୁଡ଼ା ସାହିର ଏମ୍‌ଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍ । ଗତକାଲି ବିଳମ୍ବିତ ରାତିରେ କାର୍‌ଟି ଉମରକୋଟଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା । ଏହି ସମୟରେ କାର୍‌ରେ ୫ ଜଣ ଥିଲେ। ଦ୍ରୁତ ଗତିରେ ଥିବା କାର୍‌ଟି ସରାଗୁଡ଼ା ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।

ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଜବତ କରିବା ସହ ଦୁଇ ଗୁରୁତର ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଛି । ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି । ଘଟଣାର ତଦନ୍ତ ଚାଲିଥିବା ଉମରକୋଟ ଏସଡିପିଓ ସୁବେନ୍ଦୁ କୁମାର ସବର ସୂଚନା ଦେଇଛନ୍ତି ।