ଆଦିବାସୀ ସମ୍ପ୍ରଦାୟ ପାଳିଲେ ମେରିଆ ପର୍ବ

0
114
ଆଦିବାସୀ

ରିପୋର୍ଟ : ନରତ୍ତମ ପାଢ଼ୀ
ରାମନାଗୁଡା, (୫/୧୨) : ସବୁଜ ରଙ୍ଗର କ୍ଷେତରେ ଖିଲିଖିଲି ହୋଇ ହସୁଛି କାନ୍ଦୁଲ ଫୁଲ । ଏହାକୁ ଦେଖି ଆନନ୍ଦିତ ହୋଇ ଉଠିଛି ଆଦିବାସୀ ମନ ।WhatsApp Image 2022 12 05 at 12.35.07 ଆଦିବାସୀ ସମ୍ପ୍ରଦାୟ ପାଳିଲେ ମେରିଆ ପର୍ବ

ହଳଦୀ ଓ ନାଲି ରଙ୍ଗ ଫୁଲର ଅପୂର୍ବ ସମ୍ଭାର ଆଦିବାସୀ ମନରେ ଆଣିଦେଇଛି ଆନନ୍ଦ । ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ର ଅନେକ ଅଞ୍ଚଳ ମାନଙ୍କରେ ଆଦିବାସୀ ଅଧ୍ୟୁଷିତ ଗାଁ ହୋଇଉଠିଛି ଉତ୍ସବମୁଖର । ନୂଆଁଖାଇ ବା କାନ୍ଦୁଲ ନୂଆଁ ଏହି ପର୍ବ ସଉରା, ଆଦିବାସୀ ମାନଙ୍କ ର ମୁଖ୍ୟ ପର୍ବ । ଏହି ପର୍ବ କୁ ମେରିଆ ପର୍ବ ବୋଲି ମଧ୍ୟ କୁହାଯାଏ । ଏହି ପର୍ବ ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ଶେଷ ଗୁରୁବାର ଦିନ ଆରମ୍ଭ ହୋଇଥାଏ, ଏହି କାନ୍ଦୁଲ ପର୍ବ କୁ ଶବର ସମ୍ପ୍ରଦାୟର ଲୋକମାନେ ବା ଆଦିବାସୀ ଲୋକ ମାନେ ଚାରି ଦିନ ବହୁ ଧୁମଧାମରେ ପାଳନ କରିଥାନ୍ତି ।

ପ୍ରଥମ ଦିନ ରେ ଗ୍ରାମର ଝାଙ୍କିରି ମାଁ ଙ୍କ ପୂଜାର୍ଚ୍ଚନା ସହ ଟାଙ୍ଗି ମାଁ ଙ୍କ ସହ ଭେଟ କରାଯାଇଥାଏ । ସେହିପରି ଦ୍ୱିତୀୟ ଏବଂ ତୃତୀୟ ଦିନ ରେ ଟାଙ୍ଗି ମାଁ ସାହି ପରିକ୍ରମା କରି ପ୍ରତ୍ୟେକ ଭକ୍ତ ଙ୍କ ଘରକୁ ଯାଇ ନୂଆଁ ପ୍ରସାଦ ସେବନ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି ଏବଂ ଚତୁର୍ଥ ଦିନ ରେ ଟାଙ୍ଗି ମାଁ ଯାଆନ୍ତି ବାବୁ ଦେବତା ପାଖକୁ ସେଇଠି ପୂଜାର୍ଚ୍ଚନା ପରେ ବିଦାୟ ଦିଆଯାଏ ।

ଟାଙ୍ଗି ମାଁ ଙ୍କୁ , ବିଶ୍ୱାସ ରହିଛି ପୁରାତନ କାଳରେ ଆଦିବାସୀ ମାନେ ବଣ ଜଙ୍ଗଲ ରେ ବସବାସ କରୁଥିଲେ, ସେମାନେ ବିଭିନ୍ନ ପ୍ରକାର ର ଫସଲ ଅମଳ କରୁଥିଲେ ସେହି ଅମଳ କୁ କୌଣସି ଦେବାଦେବୀ ଙ୍କୁ ଅର୍ପଣ ନ କରି ନିଜେ ପ୍ରଥମେ ଭକ୍ଷଣ କରୁଥିଲେ, ବଣର ଦେବୀ ରାଗି ଯାଇ ଏହି ଆଦିବାସୀ ମାନଙ୍କୁ ବାଘ ର ରୂପ ଧାରଣ କରି ଆକ୍ରମଣ କରିଥିଲେ । ଲୋକେ ଭୟରେ ଆତଙ୍କିତ ହେବାରୁ ବନଦେବୀ ସ୍ୱପ୍ନା ଦେଶ ହେଲେ ସେହି ଦିନ ଠାରୁ ଆଦିବାସୀ ବା ସୌରା ସମ୍ପ୍ରଦାୟର ଲୋକମାନେ ନିଜ ଜମିରେ ଚାଷ ହେଉଥିବା ଫସଲ କୁ ପ୍ରଥମେ ଗ୍ରାମ ଦେବୀ ଓ ଟାଙ୍ଗି ମାଁ ଙ୍କ ପାଖରେ ଲାଗି କରିଥାନ୍ତି ।

ବିଶ୍ଵାସ ରହିଛି ପ୍ରତ୍ୟେକ ଅମଳ କୁ ଦେବାଦେବୀ ଙ୍କୁ ଅର୍ପଣ କରିବା ଦ୍ୱାରା ଭଲ ଫସଲ ହୋଇଥାଏ । କେବଳ କାନ୍ଦୁଲ ନୁହେଁ ଶିମ୍ବ, ମୁଗ, ବିରି, କୋଳଥ ଭଳି ଅନେକ ଶସ୍ୟ ଜାତୀୟ ଫସଲ ଏବେ ଅମଳ ପାଇଁ ପ୍ରସ୍ତୁତ ହେଉଛି । ଫଳରେ ପରିଶ୍ରମର ଫଳ ଦେଖି ମସଗୁଲ ହୋଇଯାଉଛି ଆଦିବାସୀ ମନ ଓ ପ୍ରାଣ ।ଫସଲ ଅମଳ ହେଲେ ନିଜ ଇଷ୍ଟ ଦେବୀ ଦେବତାଙ୍କୁ ପ୍ରଥମେ ଭୋଗ ଲାଗି କରି ନୂଆଁ ଖାଇଥାନ୍ତି ଏହି ଆଦିବାସୀ ।WhatsApp Image 2022 12 05 at 12.35.07 ଆଦିବାସୀ ସମ୍ପ୍ରଦାୟ ପାଳିଲେ ମେରିଆ ପର୍ବ

ଗ୍ରାମରେ ସାମୂହିକ ଭାବେ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଚାଙ୍ଗୁ, ଢାଂପ ଓ ତୁଡୁମ ବଜେଇ ମନଭରି ନୃତ୍ୟଗୀତର ଆସର ଜମେଇଥାନ୍ତି । ଯାହାକି ନୂଆଖାଇ ନାମରେ ପରିଚିତ । ଏବେ ଶସ୍ୟ ଅମଳ ହେବାକୁ କିଛି ଦିନ ବାକି ରହିଛି । ଶସ୍ୟ ଗଛ ସବୁ ଫୁଲରେ ପରିପୂର୍ଣ୍ଣ ହୋଇ ଗଲାଣି । କିଛି ଦିନ ପରେ ଶସ୍ୟ ପୂର୍ଣ୍ଣ ମାତ୍ରାରେ ଅମଳ ହେବ । ନିଜ ଇଷ୍ଟ ବାବୁ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ ଓ କୃଷିଭିତ୍ତିକ ପର୍ବ ହେଉଛି ନୂଆଖାଇ । ପିଲାଠୁ ବୃଦ୍ଧ ଯାଏଁ ଘରେ ବନ୍ଧୁ ବାନ୍ଧବଙ୍କ ସହ ଏକତ୍ର ହୋଇ ଉତ୍ସବ ପାଳନ କରନ୍ତି ଆଦିବାସୀ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକାମ୍ବା ପଞ୍ଚାୟତ ସ୍ଥିତ ରାଇଗୁଡା ଗ୍ରାମରେ ଗ୍ରାମ ର ୱାର୍ଡ ସଭ୍ୟ ବିଦ୍ୟାଧର ଶବର ଉକ୍ତ ମେରିଆ ପର୍ବ କୁ ପରିଚାଳନା କରିଥିବା ବେଳେ ଗିରିଧର ଗମାଙ୍ଗ, ଜଗେନ୍ଦ୍ର ଗମାଙ୍ଗ, ବିଶ୍ୱନାଥ ଗମାଙ୍ଗ, ରବି ଶବର(ଯାନୀ)ରାଧିକା ଶବର ପ୍ରମୁଖ ଉପସ୍ଥିତ ରହି ପର୍ବ କୁ ପରିଚାଳନା ରେ ସହଯୋଗ କରିଥିଲେ ।