ଆୟୁଷ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

0
102
ଆୟୁଷ ବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୧/୧୨) : ହରଭଙ୍ଗା ବ୍ଲକ ଲାଲ ବହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ଜିଲ୍ଲା ହୋମିଓ ପାଥି ଚିକିତ୍ସାଧିକାରୀ କନ୍ଧମାଳ ମଣ୍ଡଳ, ଫୁଲବାଣୀ ତରଫରୁ ଆୟୁଷ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 21 at 17.16.41 ଆୟୁଷ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆୟୁଷ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ, ସମ୍ମାନିତ ଅତିଥିଭାବେ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ସୁଶୀଲ କୁମାର ଦେହୁରୀ ଉପସ୍ଥିତ ରହିଥିଲେ ।

କାର୍ଯ୍ୟକ୍ରମ ରେ ଯୋଗଗୁରୁ -ବାଳକୃଷ୍ଣ ନାୟକ ଙ୍କ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ଯୋଗାଭ୍ୟାସ, ସ୍କୁଲ ପରିସରରେ ସମସ୍ତ ଅତିଥି, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଉପସ୍ଥିତ ଥିବା ସମସ୍ତ ଡାକ୍ତରୀ ଟିମ ଙ୍କ ଦ୍ୱାରା ଔଷଧିୟ ବୃକ୍ଷରୋପଣ, କୁଇଜ ପ୍ରତିଯୋଗିତା, କୈଶୋର ବୟସ ଉପରେ ଆଲୋଚନା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ସହିତ, କୈଶୋର ଅବସ୍ଥା ରେ ଶାରୀରିକ, ମାନସିକ ସମସ୍ୟା ଉପରେ ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ନିରାକରଣ ଉପରେ ଆଲୋଚନା ଏବଂ ଆଲୋକ ପାତ କରାଯାଇଥିଲା ।WhatsApp Image 2022 12 21 at 17.16.42 ଆୟୁଷ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଡାକ୍ତରୀ ଦଳରେ ଜିଲ୍ଲା ହୋମିଓ ଚିକିତ୍ସାଧିକାରୀ କନ୍ଧମାଳ ମଣ୍ଡଳ ଡା. ଶ୍ୟାମନନ୍ଦ ବେହେରା, ଜିଲ୍ଲା ଚିକିତ୍ସାଧିକାରୀ କନ୍ଧମାଳ ଡା. ସୁବାସ ଦାସ, ଅନ୍ୟ ମଧ୍ୟରେ ଡା. ପ୍ରେମାନନ୍ଦ ବେହେରା, ଡା. ପୁରବୀ ପ୍ରିୟଦର୍ଶନୀ, ଡା. ସୁପ୍ରଭା ନାୟକ, ଡା. ଶରତ କୁମାର ସାହୁ, ଇତ୍ୟାଦି ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିଥିଲେ ।