ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ହେଲେ ଅଧ୍ୟାପକ

0
74
ଡଙ୍ଗରିଆ ଯୁବକ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୨୧/୧୨) : ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଓଡ଼ିଶା ସରକାରଙ୍କ ଓଡ଼ିଶା ଲୋକ ସଭା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ହେଲେ ଅଧ୍ୟାପକWhatsApp Image 2022 12 21 at 15.18.32 1 ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ହେଲେ ଅଧ୍ୟାପକ

ଓଡ଼ିଶା ଲୋକ ସଭା ଆୟୋଗ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ତାଲିକାରେ ପ୍ରକାଶ ପାଇଛି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରୀ କୂଲ୍ରି ଗ୍ରାମ ପଞ୍ଚାୟତ ଖମ୍ବେସ ଗ୍ରାମର ବିରଳ ଜନଜାତି ଡଙ୍ଗରିଆ ଯୁବକ ମୁକ୍ତେଶ୍ଵର ଔଡାକା ପ୍ରଥମ ଥର ପାଇଁ ଜଣେ ଆଦୀବାସୀ ବିରଳ ଡଙ୍ଗରିଆ ଯୁବକ ଗଣିତ ବିଭାଗ ରେ ସରକାରୀ ପ୍ରଧ୍ୟାପକ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ମୁକ୍ତେଶ୍ଵର ବିରଳ ଜନଜାତିର ସମ୍ପାଦୟରା ପ୍ରଥମ ଉଚ୍ଚ ଶିକ୍ଷିତ ଯୁବକ ଭାବେ ପରିଗଣିତ ହୋଇଛି । ସେ ନିୟମଗିରୀ ପାହାଡର ଘେରା କୂର୍ଲ ପଞ୍ଚାୟତ ଖମ୍ବେସ ଗ୍ରାମର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଠିକା କର୍ମଚାରୀ ସୁରେଶ ଔଡାକା ଙ୍କ ପୁତୁରା ଅଟନ୍ତି । ସେ ପାହାଡିଆ ଦୁର୍ଗମ ଓ ଉପାନ୍ତ ଅଞ୍ଚଳର ରହି ମଧ୍ୟ ସୁରେଶ ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ନିଜ ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିବାର କେବେବି ପଛଘୁଞ୍ଚା ଦେଇ ନାହଁନ୍ତି ।

ସେହିପରି ମଧ୍ୟ ମୁକ୍ତେଶ୍ଵର ନିଜ ଅଞ୍ଚଳ ପାଠ ପଡିବା ନିମେନ୍ତ ପଛେଇ ନାହଁନ୍ତି । ଅନେକ ଛାତ୍ରଛାତ୍ରୀ ଅନୁ ପ୍ରମାଣିତ ହୋଇ ଉଚ୍ଚ ଶିକ୍ଷିତ ହୋଇ ପାରିଛନ୍ତି । ଓଫି ଏସଇ ଫଳାଫଳରେ ମୁକ୍ତେଶ୍ଵର ଙ୍କ ନାମ ସ୍ଥନୀତ ହୋଇଥିବା ଖବର ବିଷମ କଟକ ଅଞ୍ଚଳରରେ ଖୁସିର ଲହରୀ ଖେଲିଯାଇଛି ।

ମୁକ୍ତେଶ୍ଵର ଙ୍କ ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଅନୁ ସୁଚିନ୍ତିତ ଜାତି ଓ ଜନଜାତି ଓ କଲ୍ୟାଣ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଫିଲିଫି ନିଦ୍ଦେର୍ଶକ ପି ଅର୍ଥନର ଆଦୀମ ଜନଜାତି ଯୁବ ସମାଜ ଏବଂ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଉନ୍ନୟନ କର୍ମଚାରୀଙ୍କ ତରଫୁର ଶୁଭେଚ୍ଛାର ଜ୍ଞାପନ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି ।