୨୬ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ : ଫରେଷ୍ଟ କ୍ଲବ ଛତିଶଗଡ ସେମିରେ

0
142
୨୬ତମ ସର୍ବଭାରତୀୟ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୬ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ ର ମଙ୍ଗଳବାର ଫରେଷ୍ଟ କ୍ରିକେଟ କ୍ଲବ ଛତିଶଗଡ ଦଳ ସେରସା ରାଞ୍ଚି କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

୨୬ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ ର ମ୍ୟାଚଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଖେଳାଯାଇଥିବା ଟି-୨୦ ଫର୍ମାଟରେ ରାଞ୍ଚି ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭର ରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଦଳର ଅମର ଜ୍ୟୋତି ୩୫, ଋଷଭ ରାଜ ୨୮ ଓ ହାୟତ ହୁସେନ ୨୩ରନ କରିଥିଲେ । ବିପକ୍ଷ ଛତିଶଗଡ ର ହମିଦ ରାଜା ଓ ଅମ୍ରିତ ପଲ ସିଂ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ ।

ଜବାବରେ ଛତିଶଗଡ ଦଳ ଆବଶ୍ୟକୀୟ ୧୪୪ରନ କୁ ଶଶାଙ୍କ ଚନ୍ଦ୍ରକର ଙ୍କ ୩୨ ବଲରୁ ୬୬ ରନ ଓ ଚନ୍ଦ୍ରହାସ ୩୧ରନ ସହାୟତାରେ ୧୩.୫ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରିଥିଲା । ରାଞ୍ଚିର ହର୍ସ ରାଜ,ସୁଭମ ଦୁବେ,ପ୍ରଶାନ୍ତ ଓ ଋଷଭ ରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଦ୍ଵିତୀୟ ଫର୍ମାଟରେ ରାଞ୍ଚି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭର ରେ ୩ଉଇକେଟ ହରାଇ ୯୫ରନ କରିଥିଲା ।

ଦଳର ସୟଦ ସୈଫୁଲ୪୬, ହିମାଂସୁ ଗୁପ୍ତା ୩୫ରନ କରିଥିଲେ।ଛତିଶଗଡର ହମିଦ ରାଜା ୩ଟି ଉଇକେଟ ନେଇଥିଲେ । ଜବାବରେ ଛତିଶଗଡ ଦଳ ୯ ଓଭର ରେ ସମସ୍ତ ଉଇକେଟ ହରାଇ ୫୯ରନ କରିଥିଲା । ଦଳର ହମିଦ ରାଜା ସର୍ବାଧିକ ୧୭ରନ କରିଥିଲେ । ରାଞ୍ଚିର ହର୍ସ ରାଜ ୩ଟି, ସନ୍ନି ତିୱାରୀ ଓ ଋଷଭ ରାଜ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିଣିବାରୁ ସୁପର-୨ ଓଭର ଖେଳାଯାଇଥିଲା ।ଏଥର ରାଞ୍ଚି ୧୮ରନ କରିଥିବା ବେଳେ ଛତିଶଗଡ ୧୯ରନ କରିବିଜୟୀ ହୋଇଥିଲା । ଫଳରେ ଛତିଶଗଡ ଦଳ ସେମି ଫାଇନାଲରେ ପ୍ରବେଶ କରିଛି ।

ବୁଧୁବାର ଛତିଶଗଡ ଓ ଆହ୍ଲାବାଦ ମଧ୍ୟରେ ଅନ୍ତିମ ସେମିଫାଇନାଲ ଖେଳାଯିବ । ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ.ରଘୁନାଥ ଜଗଦଲା, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ବେଣୁଧର ଦାଶ, କ୍ରିଡାବିତ ରାଧାକାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛତିଶଗଡ ର ହମିଦ ରାଜା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଚୁଡାମଣୀ ପାଢୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରୁଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଂ, ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ଅଶିଷ ଦେଓ, ମ୍ୟାକମିଲନ ମହାକୁର ଧାରାବିବରଣୀ ପ୍ରଦନ କରିଥିଲେ ।