ବାରଣାସୀ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

0
104
ବାରଣାସୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୨) : କାଶୀନଗର ବ୍ଲକ ର ବୈଠକ ଗୃହ ମଧ୍ୟରେ ବାରଣାସୀ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବାରଣାସୀ ମହୋତ୍ସବ ଆୟୋଜନ ବୈଠକରେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲଦାର ଆଶିଷ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ୱର ତାଣ୍ଡି, ବି ଇ ଓ ଆଦିକନ୍ଦ ଗମାଙ୍ଗ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ ବ୍ଲକର ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା ବାରଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ଜାନୁଆରୀ ତିନି ତାରିଖ ରୁ ପାଞ୍ଚ ତାରିଖ ମଧ୍ୟରେ ପଞ୍ଚାୟତ ସ୍ତରୀୟ କ୍ରୀଡା ଓ ସଂସ୍କୃତିକ ପ୍ରତିଯୋଗିତା ହେବ । ୯ ଓ ୧୦ ତାରିଖ ଦିନ ବ୍ଲକ ଲେବଲ୍ ପ୍ରତିଯୋଗିତା ସକାଳୁ ସାରି ସନ୍ଧ୍ୟାରେ ସ୍ଥାନୀୟ ବାରଣାସୀ ବିଦ୍ୟାଳୟ ଖେଳ ପଡିଆରେ ବାରଣାସୀ ମହୋତ୍ସବ ଆୟୋଜନ କରାଯିବା ପାଇଁ ବିଭିନ୍ନ ପରିଚାଳନା କମିଟି ଗଠନ କରାଯାଇ ଆୟୋଜନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ବୈଠକ ଆସନ୍ତା ୩୧/୧୨/ ୨୨ ରିଖ ପୂର୍ବାହ୍ନ ରେ ଅନୁଷ୍ଠିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ।