ଭଏସ ଅଫ ସୁବର୍ଣ୍ଣପୁର ସିଜନ ୫ ଅନୁଷ୍ଠିତ

0
164
ଭଏସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୨୯ / ୧୨ ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚନ୍ଦ୍ରମା ସଭାଗୃହ ଠାରେ ରୁମକୁ ଝୁମାନା ର ନିର୍ଦ୍ଦେଶକ ଓ ଓଡ଼ିଶା ସଂଗୀତ ନାଟକ ଏକାଡୋମୀ ସଦସ୍ୟ ଶ୍ୱାସତ ତ୍ରିପାଠୀ ଙ୍କ ଆବାହନ ରେ ଭଏସ ଅଫ ସୁବର୍ଣ୍ଣପୁର ସିଜନ ୫ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 30 at 11.08.17 ଭଏସ ଅଫ ସୁବର୍ଣ୍ଣପୁର ସିଜନ ୫ ଅନୁଷ୍ଠିତ

ଭଏସ ଅଫ ସୁବର୍ଣ୍ଣପୁର ସିଜନ ୫ କାର୍ଯ୍ୟକ୍ରମ କୁ ବିନିକା ବିଡ଼ିଓ ବ୍ୟାସଦେବ ବେହେରା ମୁଖ୍ୟ ଅତିଥି ଭାବେ ରେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସିଦ୍ଧାର୍ଥ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ଼. ଧୀରେନ୍ଦ୍ର କୁମାର ନାୟକ, ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବ୍ୟତୀତ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଜିଲ୍ଲା ଆଦି ପ୍ରାୟ ୫୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ଏମାନଙ୍କୁ ପଛରେ ପକାଇ ଭଏସ ଅଫ ସୁବର୍ଣ୍ଣପୁର ସିଜନ ୫ ର ବିଜେତା ହୋଇଛନ୍ତି ଶ୍ରାବଣୀ ଦାଶ, ରନର୍ସ ଅଫ ଭାବରେ ତପସ୍ୱିନୀ ଦାଶ ହୋଇଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ଭାବେ କଣ୍ଠ ଶିଳ୍ପୀ ନୁର ବେଗମ, ସମ୍ମାନିତ ଅତିଥି ଭାବେ ଆର କେ ମିଡ଼ିଆ ର ନିର୍ଦ୍ଦେଶକ ରାଜକିଶୋର ମଲ୍ଲିକ, ମହାନଦୀ ଧାରାର ଉଦକ୍ତା ପ୍ଲାବନ ମହାପାତ୍ର, ସାମାଜିକ କର୍ମୀ ପ୍ରଶାନ୍ତ ବାବୁ, ପ୍ରଫେସର ଡ଼ା ବେଣୁଧର ପାଣ୍ଡେ, ଚାଷୀ ନେତା ଭୀମସେନ ସାହୁ, ଯୁବ ବ୍ୟବସାୟୀ ଅଜୟ କୁମାର ସୁବୁଦ୍ଧି, ଯୋଗଦେଇ କୃତି କଣ୍ଠଶିଳ୍ପୀ ମାନଙ୍କୁ ମାନପତ୍ର ଉପଢୌକନ ସହ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ ସର୍ବଦା ସାମାଜିକ କାର୍ଯ୍ୟରେ ତତ୍ପରତା ପ୍ରଦର୍ଶନ କରୁଥିବା ଅନୁଷ୍ଠାନ ସିୟା ପରିବାର, ଖଣ୍ଡହତା , ଯୁବ ମହାସଂଘ ସଂଗଠନ ଉଲୁଣ୍ଡା, ମହାନଦୀ ଯୁବ ସଙ୍ଗଠନ ବିନିକା ବୁଢାରଜା ୟୁଥ ଏସୋସିଏସନ ସୁବର୍ଣ୍ଣପୁର, ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ସୁବର୍ଣ୍ଣପୁର ଶାଖା, ହେଲ୍ଫ ଟୁ ଅଦର୍ଶ ବିନିକା, ସେବା ଫାଉଣ୍ଡେସନ ଡୁଙ୍ଗୁରିପାଲି, ଶ୍ରୀକୁମାର ମହନ୍ତ, ଡ଼. ବେଣୁଧର ପାଣ୍ଡେ, ସାମାଜିକ କର୍ମୀ, ଦଣ୍ଡ ରତ୍ନ ବିପିନ ଜାଳ, ଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସଭାପତି ସୁଧାଂଶୁ ଶେଖର ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡ଼ ଅନିରୁଦ୍ଧ କୁରକୁରିଆ, ହିମାଂଶୁ ଭୂଷଣ ପଣ୍ଡା, ଭାଗିରଥି ମିଶ୍ର, କୁନୁ ଖାନ, ଦେବାନନ୍ଦ ଦାଶ, ସୌଭାଗ୍ୟଲଷ୍ମୀ ଦାଶ, ପିତବାସ ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

ବିଚାରକ ଭାବେ ବେଦସୃତି ମହାପାତ୍ର, ରେସ୍ମାରାଣୀ ଦାଶ, କମଲେସ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ କଣ୍ଠଶିଳ୍ପୀ ମାନଙ୍କୁ ମାର୍କ ଦେଇ ବିଜେତା ନିର୍ଣ୍ଣୟ କରିଥିଲେ । ବାଦ୍ୟଯନ୍ତ୍ର ରେ ବିଶ୍ୱ, ସଂଜିତ ଓ ନୁର ସଙ୍ଗୀତ ସଂଚାଳନ କରିଥିଲେ । ଶେଷରେ କମିଟି ସମ୍ପାଦକ ସୃଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଦେବଦତ୍ତ ପଣ୍ଡା, ଜନାର୍ଦ୍ଦନ ଖମାରୀ, ଅରବିନ୍ଦ ତ୍ରିପାଠୀ, ଅଭିଳାଷ ମିଶ୍ର, ସୁଜିତ ଶର୍ମା, ସମିର ପଣ୍ଡା, ଆନନ୍ଦ ହୋତା ପ୍ରମୁଖ ସହଯୋଗ କରିଥିଲେ ।