ବିନିକାରେ କୃଷି ରଥର ଶୁଭାରମ୍ଭ

0
108
ବିନିକାରେ କୃଷି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୨) : ଓଡ଼ିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ କୃଷକ ଙ୍କ ସଚେତନତା ପାଇଁ ବିନିକାରେ କୃଷି ରଥ ବୁଲିବ ।

କୃଷକ ଙ୍କ ସଚେତନତା ପାଇଁ କୃଷି ରଥ କୁ ଆଜି ବିନିକା କୃଷି କାର୍ଯ୍ୟାଳୟ ସମ୍ମୁଖ ରେ ଜିଲ୍ଲା କୃଷି ଅଧିକାରୀ ବିନୋଦ କୁମାର ଲାକ୍ରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ରେ ଏବେ ଅଧିକ ସୁଯୋଗ ଏବଂ ଜଳନିଧି ଯୋଜନା ସମ୍ପର୍କରେ ମିଳୁଥିବା ଫାଇଦା ଉପରେ ଗାଁ ଗାଁ ରେ ପରିକ୍ରମା କରି ଲୋକ ଙ୍କୁ ସଚେତନତା କରିବ । ଏହି ଶୁଭାରମ୍ଭ ସମୟରେ ଡୁଙ୍ଗୁରିପାଲି ବ୍ଲକ କୃଷି ଅଧିକାରୀ ଦିଲ ରଞ୍ଜନ ମହାଳିଙ୍ଗ, ବିନିକା କୃଷି ଅଧିକାରୀ ରାଜେଶ ରଞ୍ଜନ ମାଝୀ ପ୍ରମୁଖ ଙ୍କ ସମେତ ।