୩୪ ତମ ଅରିଗାଁ ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

0
129
୩୪ ତମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଖେଳ ପଡିଆ ଠାରେ ଚାଲିଥିବା ୩୪ ତମ ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ସେମିଫାଇନାଲ ଖେଳ ସମାପ୍ତ ହୋଇଛି ।WhatsApp Image 2022 12 30 at 20.42.24 1 ୩୪ ତମ ଅରିଗାଁ ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

୩୪ ତମ ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ କୁ ଗୁଲୁଣ୍ଡା ଓ ଡଭଲା ଦଳ ପ୍ରବେଶ କରିଛନ୍ତି । ଆଜି ସେମିଫାଇନାଲ ଖେଳ ଅରିଗାଁ ଏବଂ ଗୁଲୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅରିଗାଁ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୧୦୩ ରନ କରିଥିଲା । ଗୁଲୁଣ୍ଡା ଦଳ ନିର୍ଦ୍ଧାରିତ ଓଭର ରେ ୧୦୪ ରନ କରିଥିଲା । ୬ ଉଇକେଟ ରେ ବିଜୟୀ ହୋଇଛି ଗୁଳୁଣ୍ଡା ଦଳ । ଆଜି ଟୁର୍ନାମେଣ୍ଟ କୁ ମୁଖ୍ୟଅତିଥି ଭାବରେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇ ବିଜୟୀ ଦଳ କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ସୋନପୁର ର ଆଇନଜୀବୀ ପ୍ରଦୀପ ମିଶ୍ର, ସିନ୍ଦୁରପୁର ପେକ୍ସ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା , ବାଙ୍କିଘିର୍ଡି ସମିତି ସଭ୍ୟ ମାନସ ବେହେରା, ପ୍ରତାପ ମିଶ୍ର, କିଶୋର ମିଶ୍ର, ଯୁବ ସଂଗଠକ ଧର୍ମେନ୍ଦ୍ର ଥନାପତି, ରଙ୍କମଣି ସେବକ, ଆଶିଷ ପଣ୍ଡା, ରାଧା ମୋହନ ବାବୁ, ଚତୁର୍ଭୁଜ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଶନିବାର ଫାଇନାଲ ଖେଳ ଗୁଳୁଣ୍ଡା ଓ ଡଭଲା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଏଥିରେ କମିଟି ସଭାପତି ମଧୁ ମହାକୁର ସମେତ ରାଜିବ ଲୋଚନ ଆଚାର୍ଯ୍ୟ, ଆଲୋକ ଗଡୁଆ, ଅମିତ ଭୋଇ, ଗଣେଶ ଖେତୀ, ମହେଶ୍ୱର ମହାକୁର, ଆଜାଦ ପୁଟେଲ, ବୁଲୁ ଭୋଇ, ଅରବିନ୍ଦ କର୍ମୀ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।