ପ୍ରେମିକା ଘର ସାମ୍ନାରେ ପ୍ରେମିକର ମୃତ୍ୟୁ

0
96
ପ୍ରେମିକା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୦୧/୦୧) : ବଲାଙ୍ଗିର ସଦର ଥାନା ଦୁଆନପାଲି ଗାଁ’ରେ ଚାଞ୍ଚଲ୍ୟ । ପ୍ରେମିକା ଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଯୁବକ ଜଣକ କୁମପଥର ଗାଁ’ର ବୋଲି ଜଣାପଡିଛି । ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଆଜି ନିଜେ ଯୁବକ ଜଣକ ନିଜ ପେଟରେ ଛୁରି ଭୁସି ଆତ୍ମହତ୍ୟା କରିଥିବା କହୁଛନ୍ତି ପ୍ରେମିକା ଘର ଲୋକେ । ସେପଟେ ଘଟଣା ସ୍ଥଳକୁ ଦେଖିଲେ ପ୍ରେମିକଙ୍କ ଘର ଲୋକେ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଗାଁ ଲୋକେ ଏ ନେଇ ମୁହଁ ଖୋଲୁ ନ ଥିବାବେଳେ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଦୁଇ ଯୁବକ ଯୁବତୀଙ୍କ ଭିତରେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ଥିବାବେଳେ ଏହାକୁ ଉଭୟଙ୍କ ପରିବାର ବିରୋଧୀ କରୁଥିବା ଜଣାପଡିଛି। ତେବେ କେତେବେଳେ ଓ କେଉଁ ପରିସ୍ଥିତି ଏହି ଘଟଣା ଘଟିଛି ସେନେଇ କୌଣସି ସୂଚନା ମିଳିନି । ପୁଲିସ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ମିଳିପାରିନି ।