ଗଞ୍ଜେଇ ଜବତ ଜଣେ ଗିରଫ

0
93
ଗଞ୍ଜେଇ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମୁଖ୍ୟ ରାସ୍ତାରେ ଅବକାରୀ ବିଭାଗର ମୋବାଇଲ ୟୁନିଟ ଗତକାଲି ରାତିରେ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ସୁଶୀଲ ନାଏକ (୩୫) ନାମକ ଜଣେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଅବକାରୀ ୟୁନିଟ ଅତର୍କିତ ଚଢ଼ାଉ କରିଥିଲେ । ଏହି ଚଢ଼ଉରେ ବିନିକା ଅବକାରୀ ବିଭାଗର ଉପ ନିରୀକ୍ଷକ ଗୋବର୍ଦ୍ଧନ ରଣାଙ୍କ ସୋନପୁର ମୋବାଇଲ ୟୁନିଟ ଅଧିକାରୀ ପ୍ରକାଶ ସା, ରାଧାକାନ୍ତ ଭୋଇ, ସୁଧୀର ମିଶ୍ର, ଭେଙ୍କଟ ରମଣ ବେହେରା, ଗଣେଶ ଭୁଏ ପ୍ରମୁଖ ସାମିଲ ହୋଇଥିଲେ । ଗଞ୍ଜେଇ ସହ ଯୁବକଙ୍କୁ ଗିରଫ କରିବା ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି କୋର୍ଟରେ ହାଜର କରା ଯାଇଥିଲା । ତେବେ ତାର ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆ ଯାଇଥିବା ନେଇ ବିନିକା ଅବକାରୀ ବିଭାଗର ଉପ ନିରୀକ୍ଷକ ଶ୍ରୀ ରଣା କହିଛନ୍ତି ।