ଆଜିଠୁ ଚିଲିକା ରେ ପକ୍ଷୀ ଗଣନା ଆରମ୍ଭ

0
94

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା/ବାଲୁଗାଁ, (୦୪/୦୧) : ଆଜିଠୁ ଚିଲିକା ରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ଆଜିଠୁ ଚିଲିକା ରେ ପକ୍ଷୀ ଗଣନା ଆରମ୍ଭ । ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି । ବନ ବିଭାଗର ୨୧ଟି ଟିମ୍‌ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜଳ ଓ ସ୍ଥଳଭାଗରେ ଗଣନା ପାଇଁ ବାଇନାକୁଲାର ସହ ଜିପିଏସ୍ ଓ କ୍ୟାମେରାର ବ୍ୟବହାର କରାଯାଇଛି ।

ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନା କରାଯାଇଛି ।ସୂଚନାଯୋଗ୍ୟ, ଡିସେମ୍ବର ୨୧ ତାରିଖରେ ଚିଲିକାରେ ଡଲ୍‌ଫିନ୍ ଗଣନା ହୋଇଥିଲା । ଗଣନା କାର୍ଯ୍ୟରେ ୧୮ଟି ଟିମ୍ ଲାଗିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମୋଟର ବୋଟ୍ ସଂଘ ସଦସ୍ୟ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ । ଫଟୋଗ୍ରାଫି ସହ ଜିପିଏସ ଟ୍ରାକିଂ କରାଯାଇ ଗଣନା କରାଯାଇଥିଲା । ବାଇନକୁଳର ଦ୍ୱାରା ଡଲଫିନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ବନ କର୍ମଚାରୀମାନେ ଡଲଫିନ୍ ସଂଖ୍ୟା ଆକଳନ କରିଥିଲେ ।