ବାପାକୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା ପୁଅ !

0
133
ବାପାକୁ ହତ୍ୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ/କରଞ୍ଜିଆ, (୦୪/୦୧) : ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା । ସବୁ ଅଳିଅଦଳି ସହିଥିଲା । ସେହି ବାପା କୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ । ଏପରକି ବାପାକୁ ହତ୍ୟା କରି ମୃତଦେହକୁ ଘରେ ୨ ଦିନ ଲୁଚାଇ ରଖିଥିଲା

ବାପାକୁ ହତ୍ୟା କରି ଘରେ ଲୁଚାଇ ରଖିଥିଲା ପୁଅ ! ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପଳସାଗଡ଼ିଆ ଗାଁ’ରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦ କିଶୋର ଗୁଇଆ । ପୁଅ ଈଶ୍ୱର ଗୁଇଆକୁ ପୁଲିସ ଅଟକ ରଖି ପଚଗଉଚରା କରୁଛି । ଗତ ୨ତାରିଖରେ ରାତିରେ କୌଣସି କଥାକୁ ନନ୍ଦ ଓ ତାଙ୍କ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ବାପପୁଅଙ୍କ ମଧ୍ୟରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ବାପା କଥାରେ ପୁଅ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା ।

ଘରୁ କୁରାଢ଼ି ଆଣି ନନ୍ଦଙ୍କୁ ହାଣି ହତ୍ୟା କରିଥିଲା । ପରେ ବାପାର ମୃତଦେହକୁ ପୁଅ ଏକ ଘରେ ଲୁଚାଇ ରଖିଥିଲା । ପରିବାର ଲୋକେ ନନ୍ଦଙ୍କୁ ୨ ଦିନ ନ ଦେଖିବାରୁ ଖୋଜାଖୋଜି କରିଥିଲେ । ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ପୁଅ ଈଶ୍ୱର ଗୁଇଆ ପାଖରେ ନନ୍ଦ ରହୁଥିଲେ । ବାପ ପୁଅ ଏକାଠି ଗୋଟେ ଘରେ ରହୁଥିଲେ ।