ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ, ୪ଟି ସ୍ଥାନରେ ରେଡ

0
102
ରେଲୱେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୧) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ

ଏହି ଅଧିକାରୀ ଜଣକ ଆଇଆରଟିସି ରେ କାର୍ଯ୍ୟରତ ଅଧିକାରୀ ପି.କେ ଜେନା ବୋଲି ଜଣାଯାଇଛି । ସିବିଆଇ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ସକାଳୁ ରେଲୱେ ଅଧିକାରୀଙ୍କ ଘରେ ପଶିଛି ସିବିଆଇ ଟିମ୍‌ । ସିବିଆଇ ଟିମ୍‌ ଭୁବନେଶ୍ୱରର ୨ଟି ଜାଗା ସମେତ କଟକ ଓ ଜଗତସିଂହପୁରରେ ବି ଚଢ଼ାଉ କରିଛି । ଚଢ଼ାଉ ସମୟରେ ପି.କେ ଜେନାଙ୍କ ଘରୁ କିଛି କାଗଜପତ୍ର ଓ ନଗଦ ଟଙ୍କା, ବ୍ୟାଙ୍କ ଦସ୍ତାବିଜ, ପାସପୋର୍ଟ ଆଦ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଚଢ଼ାଉ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପି.କେ ଜେନାଙ୍କ ସମସ୍ତ ସମ୍ପତ୍ତିର ବିବରଣୀ ସମ୍ପର୍କରେ ସୂଚନା ଦେବାକୁ ସିବିଆଇ ଅଧିକାରୀ ମନା କରି ଦେଇଛନ୍ତି ।