କ୍ରିକେଟ୍‌ ମ୍ୟାଚ୍‌ ଖେଳି ଫେରୁଥିଲେ, ପିଟିଦେଲା ଟ୍ରକ୍‌ : ୩ ମୃତ

0
99
କ୍ରିକେଟ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭବାନୀପାଟଣା, (୦୯/୦୧) : କ୍ରିକେଟ୍‌ ମ୍ୟାଚ୍‌ ଖେଳି ବାଇକ୍‌ରେ ଘରକୁ ଫେରୁଥିଲେ ୩ ଯୁବକ । ହେଲେ ବିଚ୍‌ ରାସ୍ତାରେ ପିଟିଦେଲା ଟ୍ରକ୍‌ । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।

ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି । ରକାବାହାଲି ଗାଁ’ର ଅକ୍ଷୟ ଗୌଡ଼, ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ଉତ୍‌କେଲାକୁ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ପାଇଁ ଯାଇଥିଲେ । ଖେଳ ସରିବା ପରେ ସେମାନେ ସେଠାରୁ ବାଇକ୍‌ରେ ଘରକୁ ଫେରୁଥିଲେ । ତେବେ ୨୬ ନମ୍ୱର ଜାତୀୟ ରାଜପଥର ପାଷ୍ଟିକୁଡ଼ି ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାଳକ ଟ୍ରକ ଛାଡ଼ି ଚମ୍ପଟ ମାରିଛି ।

ଅନ୍ୟପକ୍ଷରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏନ୍‌ଏଚ୍‌ ଅବରୋଧ କରିଛନ୍ତି । ଯାହାଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯିବା ଆସିବା ଠପ୍‌ ହୋଇଯାଇଛି । ବ୍ୟସ୍ତ ବହୁଳ ରାସ୍ତାରେ ଶହଶହ ଗାଡ଼ି ଛିଡ଼ା ହୋଇଛି । ଭବାନୀପାଟଣା ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।