ଲଛିପୁର ଠାରେ ନୂତନ ଥାନା ଉଦଘାଟିତ

0
119
ଲଛିପୁର ଠାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୧) : ସୁବର୍ଣ୍ଣପୁର ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଜନ ଜୀବନର ସୁରକ୍ଷା ଦିଗରେ ଜିଲ୍ଲା ପୋଲିସ ପ୍ରଶାସନ ର ଅନୁରୋଧ କ୍ରମେ ଲଛିପୁର ଠାରେ ରାଜ୍ୟ ସରକାର ନୂତନ ଥାନା ପ୍ରତିଷ୍ଠା କରିଛନ୍ତି ।WhatsApp Image 2023 01 10 at 11.37.51 1 ଲଛିପୁର ଠାରେ ନୂତନ ଥାନା ଉଦଘାଟିତ

ଲଛିପୁର ଠାରେ ନୂତନ ଥାନା ଉଦଘାଟିତ । ଆଭ୍ୟନ୍ତରୀଣ ଅଞ୍ଚଳର ଏହି ନୂତନ ଥାନାକୁ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂଗ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଅଞ୍ଚଳରେ ଚୋରି, ରାହାଜାନି, ବେଆଇନ ଖଣି କାରବାର, ଖଣି ମାଫିଆଙ୍କ ଦୌରାତ୍ମ୍ୟ ସହିତ ବେଆଇନ ଦେଶୀ ମଦ କାରବାର, ଗଞ୍ଜେଇ ଚୋରାଚଳାଣ ଆଦି ଉପରେ ଅଙ୍କୁଶ ଲଗାଇବାକୁ ଏକ ଥାନା ପ୍ରତିଷ୍ଠା କରିବା ପାଇଁ ଦାବି ହୋଇ ଆସୁଥିଲା । ଏହି ଅଞ୍ଚଳ ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅଧୀନରେ ରହିଥିବା ବେଳେ ଲଛିପୁର ଅଞ୍ଚଳର ଜନସାଧାରଣ ଡୁଙ୍ଗୁରିପାଲି ଥାନାକୁ ଯାଇ ଆବଶ୍ୟକ ଅଭିଯୋଗ କରିବାରେ ଅନେକ ଅସୁବିଧାର ସମ୍ବୁଖିନ ହେଉଥିଲେ ।

ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିବାରୁ ଅନେକ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ଜିଲ୍ଲା ପୁଲିସ ପରିଲକ୍ଷିତ କରି ଆସୁଥିଲା । ପୂର୍ବରୁ ଏଠାରେ ଏକ ପୋଲିସ ଫାଣ୍ଡି ରହିଥିଲା ହେଲେ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ଅଭାବରୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବାରେ ଜିଲ୍ଲା ପୁଲିସକୁ ଅନେକ ଶ୍ରମ କରିବାକୁ ପଡୁଥିଲା।ତେବେ ଜିଲ୍ଲା ପୋଲିସର ପ୍ରୟାସରେ ରାଜ୍ୟ ସରକାର ଏହି ଅଞ୍ଚଳରେ ଏକ ନୂତନ ଥାନା ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ । ଯାହା ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭାରଚୁଅଳରେ ଉଦଘାଟିତ ହୋଇ ଯାଇଛି ।

ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ, ଅଞ୍ଚଳର ରାଜନୈତିକ ନେତୃ ମଣ୍ଡଳୀ, ସାମାଜିକ କାର୍ଯ୍ୟକର୍ତା ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ ଥାନା ଉଦଘାଟିତ ହୋଇଛି । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ପାଇଁ ଜିଲ୍ଲା ପୁଲିସ ଥାନା ପ୍ରତିଷ୍ଠା ଦିନ ହିଁ ଥାନାର ଭିତ୍ତିଭୂମିକୁ ସୁଦୃଢ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପୋଲିସ ପ୍ରଶାସନ ଲୋକଙ୍କ ନିକଟତର ହୋଇ ପାରି ଥିବାରୁ ନୂତନ ଥାନା ପ୍ରତିଷ୍ଠା ପାଇଁ ଜିଲ୍ଲା ପୁଲିସ ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।