ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ

0
171
ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୦/୦୧) : ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ ର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ । ପତଞ୍ଜଳି ଯୋଗପୀଠ ହରିଦ୍ୱାର ଠାରେ ତିନିଦିନ ବ୍ୟାପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର ପ୍ରସାର ମୁଖ୍ୟ ମାଧ୍ୟମ ବୋଲି ବୈଠକରେ ଆଲୋଚନା ହୋଇଥିଲା । ପୂର୍ବ କାଳରେ ମୁନି ଋଷି ମାନେ ଯୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେଉଥିଲେ । ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ଯୁବା ଭାରତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ ଯୋଗ ଗୁରୁ ସ୍ଵାମୀ ରାମଦେବ । ଭାରତୀୟ ଶିକ୍ଷା ବୋର୍ଡ଼ ମାଧ୍ୟମରେ ଶିକ୍ଷାର ବିକାଶ ଏବଂ ଯୋଗ, ଯଜ୍ଞ, ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦ ମାଧ୍ୟମରେ ଶରୀରକୁ ସୁସ୍ଥ ନିରୋଗ ରଖିପାରିବା ବୋଲି ପ୍ରକାଶ କରିଥିଲେ। ଜିଲ୍ଲାରେ ବିଭିନ୍ନ ଗ୍ରାମ ଓ ଶିକ୍ଷାନୁଷ୍ଠାନରେ ଯୋଗର ପ୍ରସାର ହୋଇପାରିଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୈନିକ ଯୋଗାଭ୍ୟାସ କରାଯାଉଛି । ଚଳିତ ବର୍ଷ ୨୦୦ଟି ସ୍ଥାନରେ ଯୋଗକେନ୍ଦ୍ର ଖୋଲିବା ପାଇଁ ସ୍ୱାମୀଜୀଙ୍କ ପ୍ରସ୍ତାବକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଜିଲ୍ଲାରେ ରକ୍ତଦାନ ଶିବିର କୁ ବ୍ୟାପକ କରାଯାଇ ରକ୍ତ ଅଭାବ କୁ ଦୂର କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଧାମାଧବ ବହିଦାର, ଗିରିଜା ଦେବୀ, ସ୍ୱୟଂ ପ୍ରକାଶ ମହାପାତ୍ର, ଅମୃତାଂଶୁ ପ୍ରଧାନ, କ୍ଷିତୀଶ ପଟ୍ଟନାୟକ, ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା, ସୁନୀଲ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ରଞ୍ଜନ ଦାସ, ବିଭୁ ପ୍ରସାଦ, ସୀତାକାନ୍ତ ପଣ୍ଡା, ନିବେଦିତା ପତିଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରଭାରୀ ଉପସ୍ଥିତ ରହିଥିଲେ ।