ଘାଟିରେ ଓଲଟିଲା ଅଟୋ, ୭ ଆହତ

0
124
ଘାଟିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି/ମୋହନା, (୧୦/୦୧) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲେଡ଼ବନ୍ଧ ଘାଟିରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ଅଟୋ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋରେ ୩ ଜଣ ପୁରୁଷ ଓ ୪ ଜଣ ମହିଳା ‌ଥିଲେ । ସେମାନଙ୍କ ଘର ମେରାପଲ୍ଲୀ, କୀରମା ଓ ଲିଲିଗଡ଼ ଅଞ୍ଚଳର ବୋଲି ଜଣାଯାଇଛି । ଆଜି ସକାଳେ ଅଟୋଟି ୬ଜଣ ଯାତ୍ରୀଙ୍କୁ ନେଇ କୁହାଗୁଡ଼ିରୁ ମୋହନା ଅଭିମୁଖେ ଆସୁଥିଲା । ଏହି ସମୟରେ ଲେଡ଼ବନ୍ଧ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ଡ୍ରାଇଭର ସହ ୬ ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ୍ ପହଞ୍ଚି ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି ।