ଗଜପତି ଜିଲ୍ଲା ପ୍ରାଥମିକ ସଙ୍ଘ କାର୍ଯ୍ୟ କାରିଣୀ ବୈଠକ

0
489

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୧୧) : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା କୋର କମିଟି ର ବୈଠକ ଅନୁଷ୍ଠିତ ହୋଇଛି ।WhatsApp Image 2022 11 16 at 13.00.03 ଗଜପତି ଜିଲ୍ଲା ପ୍ରାଥମିକ ସଙ୍ଘ କାର୍ଯ୍ୟ କାରିଣୀ ବୈଠକ

ଜିଲ୍ଲା ସଭାପତି ସୁମନ୍ତ ସିନ୍ତାଡା ଙ୍କ ସଭାପସ୍ତିତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ସଙ୍ଘ ର ଉପ ସଭାପତି ସମ୍ପାଦକ ମୋନଜ ଗନ୍ତାୟତ ଙ୍କ ଉପସ୍ଥିତି ରେ ଆସନ୍ତା ୨୭ ତାରିଖ ରାଜ୍ୟ ରାଲି ଓ ଗଜପତି ଜିଲ୍ଲା ର ସାତ ଗୋଟି ବ୍ଲକ ର କାର୍ଯ୍ୟ କାରିଣୀ କମିଟି କୁ ନେଇ ଆସନ୍ତା ରେ ଜିଲ୍ଲାରେ ବାଦ ଧରଣ ର ରାଲି କରି ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଧେଶ ରେ ପ୍ରଦାନ କରିବାକୁ ନିଷ୍ପତି ହୋଇଛି ।

ଆଗରୁ ୨୦୦୧ ଠାରୁ ରାଜ୍ୟ ସରକାର ଙ୍କ ଦ୍ୱାରା ଠିକା ରେ ୬ ଓ ୮ ବର୍ଷ କାର୍ଯ୍ୟ କରିଥିଲେ ସୁଦ୍ଧ। ସେମାନଙ୍କୁ ନ୍ୟାୟଚିତ କରା ନ ଯାଇ ୨୦୧୩ ରେ ଠିକା ପାଇଥିବା ପିଲାଙ୍କୁ ଠିକା ନିଯୁକ୍ତି ବନ୍ଦ ହେଲା ବୋଲି ପାତର ଅନ୍ତର କରାଯାଇ ଥିବା ପୁରୁଣା ପେନସେନ ଲାଗୁ, ୬ ଟି ଇନ୍କ୍ରିମେଟ ସହ ପଦନ୍ନୋତି ଠିକ ଭାବେ ଦେବାକୁ ଦାବୀ ଜଣାଯିବ । ସେହିଭଳି ଆସନ୍ତା ଶନିବାର ଅପରାହ୍ନ ରେ ଜିଲ୍ଲା ରାଲି ହେବ ବୋଲି ଜଣାପଡିଛି ।