ଟ୍ରଲର ଡ୍ରାଇଭର ଙ୍କୁ ଛୁରା ମାଡ଼, ଲୁଟିନେଲେ ୫ ହଜାର

0
97

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର/ଚମ୍ପୁଆ, (୧୨/୦୧) : ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା ।

ଟ୍ରଲର ଡ୍ରାଇଭର ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଘଟିଛି । ଆହତ ଡ୍ରାଇଭର ଜଣକ ହେଲେ ଝାଡ଼ଖଣ୍ଡ ଜାମସଦପୁର ଅଞ୍ଚଳର ଡ଼୍ରାଇଭର ହ୍ରୀଦୟା ଯାଦବ । ଗତକାଲି ରାତି ପ୍ରାୟ ୯ଟାରେ ଟ୍ରେଲରଟି ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଠିଆ ହୋଇଥିବା ସମୟରେ ଡ଼୍ରାଇଭର ଜଣକ ତଳେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ୍‌ ଜଣେ ଯୁବକ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ । ଏଥିସହ ଛୁରୀରେ ହ୍ରୀଦୟାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାକୁ ଲାଗିଲେ । ହ୍ରୀଦୟା କ୍ଷତାକ୍ତ ହୋଇ ତଳେ ପଡ଼ିଯିବାରୁ ତାଙ୍କ ପକେଟରେ ଥିବା ୫ ହଜାର ଟଙ୍କା ନେଇ ଫେରାର ହୋଇଗଲେ ।

ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ ହ୍ରୀଦୟା ଯାଦବ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କ ଛାତି, ଜଂଘ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରେଲର ଡ଼୍ରାଇଭରଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସିତ ହେବା ପରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି । ଖବର ପାଇ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।