ହାତୀ ଛୁଆର ମୃତ ଦେହ ଠାବ

0
183
ଦେହ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୨୧/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ରେଞ୍ଜ ରଣବା ପଞ୍ଚାୟତ ବା ଦଗଡ ଗ୍ରାମ ନିକଟସ୍ଥ ଡେଙ୍ଗାଖମଣ ଜଙ୍ଗଲରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି ।

ଖବର ପାଇ ବଡବାରବା ରେଞ୍ଜର ବିରଞ୍ଚି ନାରାୟଣ ପାଢ଼ୀ ଫରେଷ୍ଟ ସୁବାସ ଡିଗାଲ ବଡବାରବା ଫରେଷ୍ଟ ଅଜିତ ପ୍ରଧାନ ବିଟ ଗାର୍ଡ ଅକ୍ଷୟ କହ୍ନର ଓ ରୁକ୍ମଣୀ ପ୍ରଧାନ ପହଁଚିଥିଲେ । ସାଙ୍ଗେ ସାଙ୍ଗେ ଫୁଲବାଣୀ ଅଧିକାରୀ ପ୍ରଶାନ୍ତ ପଟେଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ହାତୀ ବୟସ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କୌଣସି କାରଣରୁ ମୃତ୍ୟୁ ହୋଇଛି ହାତୀଟି ପୋଷ୍ଟ ମଟମ ପରେ ଜଣା ପଡିବ ବୋଲି କହିଛନ୍ତି ଡିଅଫ ପ୍ରଶାନ୍ତ ପଟେଲ ।