ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

0
108
ଶୋଇଥିବା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର/ଆନନ୍ଦପୁର, (୧୧/୧୨) : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହିରେ ଏକ ଦମ୍ପତିଙ୍କୁ ଶୋଇଥିବା ବେଳେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି ।

ମୃତକ ଦ୍ୱୟ ହେଉଛନ୍ତି, ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ । ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଘର ବାହାର ବରଣ୍ଡାରେ ଶୋଇଥିଲେ । ସେଠାରେ କବାଟ ଲାଗି ନାହିଁ । ସେମାନଙ୍କ ଝିଅ ସିନିଗି ମୁର୍ମୁ ଘର ଭିତରେ ଶୋଇଥିଲେ । ରାତି ପ୍ରାୟ ୧୨ଟା ବେଳେ କିଛି ଶବ୍ଦ ହେବାରୁ ସିନିଗି କବାଟ ଖୋଲି ବାହାରକୁ ଆସିଥିଲେ । ବାପାମା’ ଶୋଇଥିବା ଖଟରୁ ରକ୍ତ ବୋହୁଥିବା ସେ ଦେଖିବାକୁ ପାଇଥିଲେ ।

କମ୍ବଳ ଉଠାଇବାରୁ ତାଙ୍କ ବାପାମା’ଙ୍କୁ କେହି ହାଣି ପଳାଇଥିବା ଜାଣିବାକୁ ପାଇଥିଲେ । ସିନିଗି ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ଛାନ୍‌ଭିନ୍ କରିବା ସହିତ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କିଏ ଓ କାହିଁକି ବାହାଡ଼ା ମୁର୍ମୁ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନି । ପୁଲିସ୍ ଘଟଣାର ତଦନ୍ତ କରୁଛି ।