ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ର ପଏଁରୀ 

0
205
ହକି ବିଶ୍ୱକପ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୧) : ସୁବର୍ଣ୍ଣପୁର ଏ ମାଟି ର କଳା ଓ ସଂସ୍କୃତି କ୍ଷେତ୍ର ରେ ପ୍ରଚାର ପ୍ରସାର କରୁଥିବା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ହକି ବିଶ୍ୱକପ ର ଉଦଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିଅମ କଟକ ଠାରେ ପଶ୍ଚିମାଞ୍ଚଳ ର ପାରମ୍ପରିକ ଲୋକ ବାଦ୍ୟ ଲୋକ ନୃତ୍ୟ ପରିବେଷଣ କରି ଅନୁଷ୍ଠାନ ତଥା ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ବଢ଼ାଇଛନ୍ତି ।WhatsApp Image 2023 01 12 at 19.08.04 1 ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ର ପଏଁରୀ 

ବିଭିନ୍ନ ଜିଲ୍ଲା ରୁ ଆସିଥିବା ୧୨୦ ଜଣ ଆଦିବାସୀ ଓ ଲୋକ କଳାକାର ଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ସମାବେଶ ରେ ସୁନ୍ଦର ନୃତ୍ୟ ସଂଯୋଜନା କରିଥିଲେ ଓଡିଶା ସଂଗୀତ ନାଟକ ଏକାଡେମି ର ସଭାପତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ଓ ସଚିବ ଶ୍ରୀ ପ୍ରବୋଧ ରଥ । ଗବେଷକ ତଥା ପଏଁରୀ ଅନୁଷ୍ଠାନ ନୃତ୍ୟ ନିର୍ଦ୍ଦେଶକ ଚୌଧୁରୀ ବିଭାରଙ୍କ ସହିତ ବାଦ୍ୟ କଳାକାର ଜଗନ୍ନାଥ ତଣ୍ଡିଆ, ବିକାଶ ଭୋଇନା, ରାଜେନ୍ଦ୍ର କଲେତ, ଲୋଚନ ଖପରଧୁଆ, ବିକାଶ କଲେତ, ବାଲ୍ମୀକି କଲେତ, ପ୍ରଶାନ୍ତ ମାଲି, ସୁଦାମ ସିନ୍ଦିରିଆ, କରନ କଲେତ ଓ ତରଣୀ ନାଏକ ସମେତ ଆମ ଅଂଚଳ ର ପାରମ୍ପରିକ ଲୋକ ବାଦ୍ୟ ଢୋଲ, ନିଶାନ, ତାସା, ଝାଞ ଓ ମୁହୁରୀ ମିଶ୍ରଣ ରେ ଭରନି ଓ ନାଚନିଆ ଲୋକ ବାଦ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ, ଖେଳାଳୀ ଓ ଅତିଥି ଙ୍କୁ ବିମୋହିତ କରିଥିଲେ । ପଏଁରୀ ଅନୁଷ୍ଠାନ କୁ ହକି ବିଶ୍ୱକପ ଉତ୍ସବ ରେ ଅଂଶ ଗ୍ରହଣ କରିବାର ଏଇ ଅପୂର୍ବ ସୁଯୋଗ ଦେଇଥିବାରୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସମେତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଶ୍ରୀ ପ୍ରବୋଧ ରଥ ଙ୍କୁ ଏ ଅନୁଷ୍ଠାନ ଧନ୍ୟବାଦ ଓ ଗଭୀର କୃତଜ୍ଞତା ଜଣାଇଛି ।