ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

0
126
ବିଧାନସଭା

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମକଟକ, (୧୨/୦୧) : ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଗତ ମାସ ୨୬ ତାରିଖରେ ମୋହଦଧି ଶ୍ରୀକ୍ଷେତ୍ର ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା । WhatsApp Image 2023 01 12 at 19.03.26 1 ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ର ସମସ୍ତ ୧୪୭ ଗୋଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋହା ସମାରୋହ ରେ ପାଳିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ୱାରା ସ୍ୱର୍ଗତ ବିଜୁ ବାବୁଙ୍କ ଫୋଟ ଚିତ୍ର ଓ ଜଗତ ର ନାଥ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରୁଥିଲେ । ଏହି ନିର୍ବାଚନ ମଣ୍ଡଳୀର କୋଳନରା, କେସିଂପୁର, ମୁନିଗୁଡା ଓ ବିଷମକଟକ ବ୍ଲକ ରୁ ହଜାର ହଜାର ବିଜେଡି କର୍ମୀ ନେତା ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ମନ୍ତ୍ରୀ ଓଡ଼ିଶା ସରକାର ଯୋଗଦେଇ ଥିଲେ ।

ରାଜ୍ୟ ସରକାରଙ୍କ OBC , SC & ST ଉର୍ନୟନ ଉପଦେଷ୍ଟା ତଥା ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପୁଥିରାଜ ସାହୁ ,କୋଳନରା ବ୍ଲକ ରୁ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ ଓ ସନ୍ୟାସୀ ନାଇଡ଼ୁ ବୁଡୁଭାଇ ଙ୍କ ନେତୃତ୍ୱ ରେ ସହ ସହ କର୍ମୀ ଯୋଗଦେଥିଲେ । ଠିକ ସେହିପରି ଅମ୍ବାଦୋଳା ର ବରିଷ୍ଠ ବିଜେଡି ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଧିରୁଭାଇ, ଜଗନ୍ନାଥ ନୁଁଣ୍ଡରୁକା କେସିଂପୁର ରୁ ଶ୍ରୀନିବାସ ଶ୍ରୀନୁଭାଇ ଓ ବିଷମକଟକ ର ନାନୁପଣ୍ଡା, ଦେଷ୍ଟି ଶିବା ଓ ବ୍ଲକ ଉପାଦକ୍ଷ ଦେବି ପଟ୍ଟନାୟକ ଙ୍କ ନେତୃତ୍ୱ ରେବହୂ ସଂକ୍ଷକ ନେତା କର୍ମୀ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦ ର ଦାୟିତ୍ୱ ନେବା ଦିନରୁ ଓଡିଶା ସବୁକ୍ଷେତ୍ର ରର ଅଗ୍ରଗତି କରଛିବୋଲି ବୋଲି ଉପସ୍ଥିତ ନେତା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।WhatsApp Image 2023 01 12 at 19.03.26 ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ଦିନରୁ ଶ୍ରୀ ନବୀନ ପଟ୍ଟନାୟକ ମା କୁ ସମ୍ମାନ ଓ ଗାଁ କୁ କାମ ପାଇଁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ସେଥିପାଇଁ ମହିଳା ମାନେ ଆଗେଇ ଆସି ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ନିଜକୁ ସମାଜରେ ପ୍ରତିଷ୍ଠିତ କରେଇ ପାଇଛନ୍ତି ଓ ଏହା କେବଳ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ନିଜ ମନ୍ତବ୍ୟ ରେ କହିଥିଲେ । ଜିଲ୍ଲା ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଜେଉ ପର୍ଯ୍ୟନ୍ତ ମୋର ଶେଷ ରକ୍ତ ବିନ୍ଦୁ ଥିବ ସେପର୍ଯ୍ୟନ୍ତ ମୁଁ ବିଜେଡି ପାଇଁ ଲଢ଼ିବି ମୁଖ୍ୟମନ୍ତ୍ରୀ ଓଡ଼ିଶା ର ବିକାଶ ପାଇଁ ଯେଉଁ ଚିନ୍ତାଧାରା ନେଇ ଆଗେଇ ଆସିଛନ୍ତି ତାହା କୁ ସାକାର କରିବା ଆମେ ସମସ୍ତେ ଆଗେଇ ଆସି ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବାକୁ ପଡିବ ।

ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, , ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ର ବରିଷ୍ଠ ବିଜେଡି ଯୁବ ନେତା ସନ୍ତୋଷ କୁମାର ପାତ୍ର, ଜ଼ିଲ୍ଲା ବିଜୁ ଯୁବ ଜନତା ଦଳ ରେ ସଭାପତି ଦେବାଶିଷ ଖାଡ଼ଙ୍ଗା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ବିଷମକଟକ ଜିଲ୍ଲା ପରିଷଦ ସଭ୍ୟା ବିଜୟଶାନ୍ତି କୁମ୍ବ୍ରିକା, ମୁନିଗୁଡା ଜ଼ିଲ୍ଲା ପରିଷଦ ସଭ୍ୟ ସନ୍ତୋଷସୁନା, କେସିଂପୁର ଜିଲ୍ଲା ପରିଷଦ ସଭ୍ୟ ବାରାଟମ ବାରା ପ୍ରସାଦ, ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ବିଜେଡି ନେତା ରତନ ଲାଲ ଜୈନ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଜ୍ୟୋତି ପ୍ରସାଦ ସାହୁ ଯୋଗ ଦେଇଥିଲେ ।