ବିଜେଡି ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

0
124
ବିଜେଡି ର ପ୍ରତିଷ୍ଠା

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା (୧୨/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଗୈଡ ଗାଁ ଖେଳପଡିଆ ଠାରେ ଆଜି ବିଜେଡି ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।

ବିଜେଡି ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ସଭା ରେ ବିଶେଷ କରି ଗ୍ରାମାଞ୍ଚଳ କୁ କିଭଳି ଭାବରେ ଓଡିଶା ସରକାର ଙ୍କ ସମସ୍ତ ଯୋଜନା ପହଞ୍ଚି ପାରିବ ସେ ଉପରେ ଆଲୋଚନା ହୋଇଥିଲା । ବିଧାୟକ ପଦ୍ମନାଭ ବେହେରା ଙ୍କ ସଭାପତିତ୍ୱରେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଜିଲ୍ଲା ସଭାପତି ସରୋଜ କମ୍ପ, ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ଜିଲ୍ଲା ଉପସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି, ବୀରମହାରାଜପୁର ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମହାରାଜପୁର ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ସନ୍ତୋଷ ହୋତା ସଭା ପରିଚାଳନା ଓ ବିହାରୀଲାଳ ମିଶ୍ର ଧନ୍ୟବାଦ ଅର୍ପଣ ଦେଇଥିଲେ । ଏଥିରେ ବହୁଜଣ ବିଜେଡି କର୍ମୀ ଯୋଗ ଦେଇଥିଲେ ।